Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କାର୍ଯ୍ୟରେ ଯୋଗଦେଲେ ସରକାରଙ୍କ ନିଯୁକ୍ତ କମିଶନ ଜଷ୍ଟିସ ରଘୁବୀର ଦାସ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହ ଚାବି ହଜିବା ଘଟଣାରେ ସରକାର ଏକ କମିଶନ ଗଠନ କରିଥିଲେ । ଏହି ତଦନ୍ତତ କମିଶନ ଦ୍ୱାରା ଚାବିହଜିବାର ତଦନ୍ତ ପ୍ରକ୍ରିୟା କରିବାକୁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ । ଆଜି କିନ୍ତୁ ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ସହିତ ସରକାରଙ୍କ ନିଯୁକ୍ତ କମିଶନ ଜଷ୍ଟିସ ରଘୁବୀର ଦାସ ମଧ୍ୟ ଆଜି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।

ତେବେ କଟକ ସର୍କିଟ ହାଉସଠାରେ ଏହି ତଦନ୍ତ ପ୍ରକ୍ରିୟାର କାର୍ଯ୍ୟାଳୟ ସ୍ଥିର ହୋଇଛି । ତେଣୁ କଟକ ସର୍କିଟ ହାଉସ ମଧ୍ୟରେ ହୋଇଥିବା ଏହି ନୂତନ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି କମିଶନ ଭାବେ ଜଷ୍ଟିସ ରଘୁବୀର ଦାସ । ଆଜିଠାରୁ କମିଶନ ଆରମ୍ଭ କରିଛନ୍ତି ତାଙ୍କର ବିଚାରବିଭାଗୀୟ ତଦନ୍ତ ପ୍ରକ୍ରିୟା ।

ଏପରିକି ଏହି ପ୍ରସଙ୍ଗରେ କମିଶନ ଜନସାଧାରଣଙ୍କ ଠାରୁ ତଥ୍ୟ ଭିତ୍ତିକ ସତ୍ୟପାଠ ଆହ୍ୱାନ କରିଛନ୍ତି । ୨୫ ତାରିଖ ସୁଦ୍ଧା ଜନସାଧାରଣ ନିଜର ମତାମତ ସତ୍ୟପାଠ ଜରିଆରେ ଦେଇପାରିବେ । ପୁରୀ ଏଡ଼ିଏମଓଙ୍କ କାର୍ଯ୍ୟାଳୟଠାରେ ମତାମତ ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କମିଶନ । ଆସନ୍ତା ଜୁଲାଇ ୩୦ ତାରିଖରେ ପୁରୀ ସର୍କିଟ ହାଉସଠାରେ ବୈଠକ ଅନୁଷ୍ଠିତ ହେବ ।

Leave A Reply

Your email address will not be published.