ଅହମ୍ମଦାବାଦ୍: ଜବତ କଲା ପୋଲିସ୍ ବିଡା ବିଡା ନୋଟ୍ । ହଜାର ନୁହେଁ କି ଲକ୍ଷେ ନୁହେଁ ପୋଲିସ୍ ହାତରେ ଲାଗିଛି ଏକ କୋଟିରୁ ଉର୍ଦ୍ଧ୍ବ ନକଲି ନୋଟ୍ । ହେଲେ ଏ ନକଲି ନୋଟ ଜବତରେ ସବୁଠୁ ରୋଚକ କଥା ହେଉଛି ଏହି ନୋଟରେ ଗାନ୍ଧିଙ୍କ ବଦଳରେ ରହିଛି ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ । ଗୁଜରାଟ ଅହମ୍ମଦାବାଦରୁ ଅନୁପମଙ୍କ ଫଟୋ ଥିବା ପ୍ରାୟ ୧.୬୦କୋଟି ନୋଟ୍ ପୋଲିସ୍ ଜବତ କରିଛି । ଖାଲି ସେତିକି ନୁହେଁ, ଆରବିଆଇ ନାଁଙ୍କୁ ମଧ୍ୟ ବଦଳାଇ ସେହି ନୋଟ ଗୁଡିକରେ ଲେଖାଯାଇଛି ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଡା ବିଡା ନୋଟରେ ଝଲସୁଛନ୍ତି ଅନୁପମ ଖେର୍ ।
500 रुपीए नोटों पर गांधी बापू की जगह @AnupamPKher की फोटो !!!
अनुपम खेर की तस्वीर वाले 1.30 करोड़ रुपीए देकर 2100 ग्राम गोल्ड की ठगाई
अहमदाबाद में बुलियन के कारोबारी से ठगी का हैरतंगेज मामला सामने आया pic.twitter.com/47mPhKLK3v
— Kamit Solanki (@KamitSolanki) September 30, 2024
ତେବେ ଏହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ । ଏନେଇ ଅନୁପମ ଲେଖିଛନ୍ତି, ନିଅ ଏବେ ଏ କଥାକୁ ଦେଖ, ୫୦୦ ନୋଟରେ ଏବେ ଗାନ୍ଧୀଙ୍କ ଫଟୋ ସ୍ଥାନରେ ମୋ ଫଟୋ ଆସିଲାଣି??? କିଛି ଭି ହୋଇପାରେ!…… । ଯାହାକୁ ନେଇ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ବି ଦେଇଛନ୍ତି ୟୁଜର୍ସ ।
लो जी कर लो बात! 😳😳😳
पाँच सौ के नोट पर गांधी जी की फ़ोटो की जगह मेरी फ़ोटो???? कुछ भी हो सकता है! 😳😳😳 pic.twitter.com/zZtnzFz34I— Anupam Kher (@AnupamPKher) September 29, 2024
ତେବେ ମହାତ୍ମା ଗାନ୍ଧୀ ଓ ଅନୁପମଙ୍କ ଚେହେରାରେ ସମାନତା ଥିବାରୁ ଏଭଳି ଏହାକୁ ଛପାଇ ନକଲି ନୋଟ କାରବାର କରିଚାଲିଥିଲେ ଦୁର୍ବୃତ୍ତ । ଗତ ୨୨ ତାରିଖରେ ସୁରଟର ଏକ ନକଲି ନୋଟ ପ୍ରସ୍ତୁତ କରୁଥିବା କାରଖାନାରେ ଚଢାଉ ପରେ ଏହି ସବୁ ନୋଟ୍ ଜବତ କରିଥିଲା ପୋଲିସ୍ । ଏଥିସହିତ ନକଲି ନୋଟ କାରବାରରେ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ୍ । ତେବେ ପୋଲିସର କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ ‘ଫର୍ଜି’ ଦ୍ୱାରା ଅନୁପ୍ରାଣିତ ହୋଇ ତିଆରି କରିଛନ୍ତି ।
Comments are closed.