Latest Odisha News

BREAKING NEWS

ପୋଲିସ ପଞ୍ଝାରେ ନକଲି ଡାକ୍ତର ,ବ୍ୟାଙ୍କରୁ ଋଣ ନେଇ ଧରାପଡିଲେ

କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ । ଅଭିଯୁକ୍ତ ଠାରୁ ନକଲି ଆଇ କାର୍ଡ, ପ୍ୟାନ କାର୍ଡ ,ନକଲି ବ୍ୟାଙ୍କ ଖାତା ସମେତ ନକଲି ଷ୍ଟାମ୍ପ ଆଦି ଜବତ କରିଛି ବାଦାମବାଡି ପୋଲିସ । ସିଦ୍ଧାନ୍ତ ନିଜକୁ ପାଟଣା ଏମ୍ସ ଡାକ୍ତର କହି ବ୍ୟାଙ୍କରୁ କାର୍ ଲୋନ ନେଉଥିଲେ ଆଉ ପରିଶୋଧ କରୁନଥିଲେ । ଏହି ଅଭିଯୋଗରେ ଆଜି ସେ ଧରାପଡିଥିଲେ ।

Leave A Reply

Your email address will not be published.