Latest Odisha News

BREAKING NEWS

[ଭିଡ଼ିଓ] ମହିଳା ବେଶରେ ଶାଢୀ ପିନ୍ଧି ପୁରୁଷଙ୍କ ଦେବୀ ପୂଜା

କୁଲଙ୍ଗରା: ଭଗବାନଙ୍କ ଉପାସନା ପାଇଁ ବିଭିନ୍ନ ପ୍ରଥା । ବିଭିନ୍ନ ପଦ୍ଧତିରେ ପୂଜାର୍ଚ୍ଚନା । ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଭଗବାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।   

ସେମିତି କିଛି ପୂଜା ପଦ୍ଧତି ଅଲାଗା ଢଙ୍ଗରେ ହୋଇଥାଏ । ଯାହାକି ଆମ ଜ୍ଞାତସାରରେ ନଥାଏ । ଯେଉଁଥିରେ ରହିଛି ଅନେକ ବଡ଼ ରହସ୍ୟ । ସେମତି କିଛି ମନ୍ଦିରରେ ପୂଜା ସମୟରେ ଏମିତି କିଛି ରହସ୍ୟ ରହିଛି । ଯାହା ଆଧାରରେ ମନ୍ଦିରରେ ମହିଳାଙ୍କ ପରିବତେର୍କ୍ତ ପୁରୁଷ ମାନେ ମା’ଙ୍କ ପୂଜା ପାଠ କରିଥାନ୍ତି ।ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଚନ୍ଦନଗରରେ ଥିବା ମା’ଜଗଦ୍ଧାତ୍ରୀଙ୍କ ମନ୍ଦିର । ଯେଉଁ ମନ୍ଦିରରେ ମା’ଙ୍କ ନିକଟରେ ସମ୍ପୁର୍ଣ୍ଣ ପରମ୍ପରା ସହ ପୂଜା ହୋଇଥାଏ । ଆଉ ଏହି ପରମ୍ପରା ବି ସବୁଠୁ ବେଶ୍ ନିଆରା । ଦୀର୍ଘବର୍ଷ ଧରି ମା’ଙ୍କ ନିକଟରେ ପୂର୍ବ ପରମ୍ପରା ନେଇ ପୂଜା ହୋଇଆସୁଛି । ନିର୍ଦ୍ଦିଷ୍ଟ ଗୋଟିଏ ଦିନରେ ସମସ୍ତ ପୁରୁଷ ଏକାଠି ହୋଇ ଶାଢୀ ପିନ୍ଧି ଲାଲ୍ ସିନ୍ଦୁର ଆଭୁଷଣ ଲଗାଇ ପୂଜା ପାଠ କରିଥାନ୍ତି । ମା’ ଜଗଦ୍ଧାତ୍ରୀଙ୍କ ନିକଟରେ ବେଶ୍ ଧୁମଧାମରେ ପୂଜାପାଠ ହୋଇଥାଏ ।ସେହିଭଳି କେରଳର କୋଲ୍ଲମ ଜିଲ୍ଲାର କୋଟନ କୁଲଙ୍ଗରାର ଶ୍ରୀଦେବୀଙ୍କ ମନ୍ଦିର । ଯେଉଁଠି ପୁରୁଷ ମାନେ ମହିଳାରୂପରେ ଷୋଳଶିଙ୍ଗାର କରି ଶଙ୍ଖା ସିନ୍ଦୂର ଲଗାଇ ମନ୍ଦିରକୁ ଆସିଥାନ୍ତି । ତେବେ ଏହି ମନ୍ଦିରରେ ପୁରୁଷ ମାନେ ନିଜ ମାନସିକ ପୂରଣ ପାଇଁ ଦେବୀ ମାନଙ୍କ ନିକଟକୁ ଆସିଥାନ୍ତି । ପୁରୁଷ ମାନେ ଚାକିରୀରୁ ନେଇ ଅନ୍ୟ କିଛି ମାପନସକିି ପୂରଣପାଇଁ ଏହି ମହିଳା ରୂପ ଧାରଣ କରି ଦେବୀଙ୍କୁ ପୂଜା କରିଥାନ୍ତି । ଆଉ ଏହି ପରମ୍ପରା ବହୁ କାଳରୁ ରହି ଆସିଛି ।

କିଛି ଲୋକ ଏହାକୁ ମା’ଙ୍କ ନିର୍ଦ୍ଦେଶ କହୁଥିବା ବେଳେ କିଛି ଲୋକ ଏନେଇ ବହୁ ପୁରାଣ ଉପାଖ୍ୟାନ ଜଡ଼ିତ ଥିବା କୁହନ୍ତି । ଆଉ କିଛି ଲୋକଙ୍କ କହିବା ଅନୁସାରେ ରାଜରାଜୁଡା ଅମଳରେ ମହିଳା ମାନଙ୍କୁ ସୁରକ୍ଷିତ ରଖିବାକୁ ପୁରୁଷ ମାନେ ସଞ୍ଜ ସମୟରେ ମହିଳା ପୋଷାକ ପରିଧାନ କରି ଦେବୀଙ୍କ ପୂଜା କରିଥାନ୍ତି । ଆଜି ଯାଏ ସତରେ କଣ ରହିଛି ଏହି ମନ୍ଦିରର ରହସ୍ୟ ? କଣ ପାଇଁ ମନ୍ଦିରରେ ପୁରୁଷ ମାନେ ପୂଜା କରିଥାନ୍ତି । ବାସ୍ତବରେ ଏନେଇ କଣ ପୁରାଣ ଇତିହାସ ରହିଛି । ତାକୁ ନେଇ ଏବେ ବି ସମସ୍ତ ରହସ୍ୟ ରହସ୍ୟ ଘେରରେ ରହିଛି । .. .

 

Leave A Reply

Your email address will not be published.