Latest Odisha News

BREAKING NEWS

ବ୍ରାଣ୍ଡ ନାଁରେ ଭେଜାଲ୍ ମାଲ୍: ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ

ଭୁବନେଶ୍ୱର: ଅସଲି ବ୍ରାଣ୍ଡରେ ନକିଲା କାରବାର । ରାଜଧାନୀରୁ ଠାବ ହୋଇଛି ନକଲି ପାଣି କାରଖାନା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅନ୍ତର୍ଗତ ଗ୍ରାମଡ଼ିହ ଗାଁରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା । ଏହି ଘଟଣାରେ ମ୍ୟାନେଜର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । ଫେରାର୍ ହୋଇଯାଇଛନ୍ତି ମାଲିକ ।

ଚଢ଼ାଉ ବେଳେ କାରଖାନା ଭିତରୁ ବିପୁଳ ପରିମାଣର ପାଣି ପ୍ୟାକେଟ୍‌, ବିଭିନ୍ନ କମ୍ପାନୀର ଷ୍ଟିକର୍‌,  ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ବିଭିନ୍ନ ନାମୀ କମ୍ପାନୀ ନାଁରେ ପ୍ରସ୍ତୁତ ପ୍ୟାକେଟ୍‌ ପାଣି ବଜାରରେ ବିକ୍ରି ହେଉଥିଲା।

ଦୀର୍ଘ ଦିନରୁ ଏଭଳି ଅସଲି ବ୍ରାଣ୍ଡ ନାଁରେ ନକଲି କାରବାର ଚାଲିଥିଲା । କିନ୍ତୁ କେହି କିଛି ସୂରାକ ପାଇ ନଥିଲେ । ଅଭିଯୋଗ ପରେ ଚଢ଼ାଉ କରିଥିଲା ଚନ୍ଦକା ଥାନା ପୋଲିସ । ପୂର୍ବରୁ ଭୁବନେଶ୍ୱରରୁ ନକଲି ଖାଇବା ତେଲ, ସସ୍ ଓ ଘିଅ ଆଦି ପ୍ରସ୍ତୁତ କାରଖାନା ଠାବ ହୋଇଥିବା ବେଳେ ଏବେ ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ ହୋଇଛି ।

Leave A Reply

Your email address will not be published.