Latest Odisha News

BREAKING NEWS

ବିଜେଡି ନେତା ଓ ଦୁଇ କନେଷ୍ଟବଳଙ୍କୁ ବାନ୍ଧିଲା ଅବକାରୀ ପୋଲିସ

ଭୁବନ (ଆଶୁତୋଷ ପଟ୍ଟନାୟକ): ଶାସକ ଦଳ ବିଜୁ ଜନତା ଦଳର ନେତା ସୁବାସ ମାଝୀ ଗିରଫ। ନକଲି ମଦ କାରଖାନା ଚଳାଇବା ଅଭିଯୋଗରେ ଅବକରୀ ବିଭାଗର ପୋଲିସ ଦ୍ୱାରା ଚଢାଉ ବେଳେ ରଙ୍ଗେ ହାତ ଗିରଫ ହୋଇଛନ୍ତି। ଢେଙ୍କାନାଳ ଭୁବନର ଏହି ନେତା ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିପୁଳ ପରିମାଣରେ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ନକଲି ମଦ କାରଖାନା ଚଳାଇବାରେ ସୁବାସଙ୍କ ସାଥୀ ଥିଲେ କନେଷ୍ଟବଳ ସୁଶାନ୍ତ ଦଳେଇ ଏବଂ ଅରବିନ୍ଦ ଦାସ। ଏହି ଦୁଇ ଜଣ ମଧ୍ୟ ସୁବାସଙ୍କ ସହିତ ଅବକାରୀ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗିରଫ ଦୁଇ କନେଷ୍ଟବଳ ଯାଜପୁର ଜିଲ୍ଲା ଯଖପୁରା ଥାନାର। ଏହି ତିନି ଜଣ ସମ୍ପର୍କରେ ଭାଇ ଭାଇ ବୋଲି ସୂଚନା ରହିଛି। ସୁଶାନ୍ତଙ୍କ ନକଲି ମଦ କାରଖାନା ବାବଦରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ସୁବାସ ମାଝୀ ବିଜେଡିର ଜଣେ ଟାଣୁଆ ନେତା। ଭୁବନ ବ୍ଲକର ଜୋନ ୩ର ସେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ନକଲି ମଦ କାରଖାନା ଚଳାଇ ପକେଟ ଗରମ କରୁଥିଲେ। ଏ ନେଇ ଭୁବନରେ ଥିବା ସ୍ଥାନୀୟ ପୋଲିସ ସବୁ ଜାଣିଥିଲା। ହେଲେ ଶାସକ ଦଳର ନେତାଙ୍କ ସହ ସମ୍ପର୍କ ଖରାପ ହେବ କହି ସବୁ ଜାଣି ଚୁପ ରହିଥିଲା। ଆଉ କିଛି ନଦେଖିଲା ପରି ହେଉଥିଲା। ଯାହାର ଫାଇଦା ନେଇ ନକଲି ମଦ ବ୍ୟବସାୟକୁ ଆଗକୁ ନେବାକୁ ଯୋଜନା କରିଥିଲେ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟ ସୁବାସ ମାଝୀ। ଆଉ ଏହି ଅପରାଧକୁ ସହଯୋଗ କରିଥିଲେ ତାଙ୍କର ଦୁଇ ସମ୍ପର୍କୀୟ ଭାଇ କନେଷ୍ଟବଳ ସୁଶାନ୍ତ ଦଳେଇ ଏବଂ ଅରବିନ୍ଦ ଦାସ ସାମିଲ। ଏହି ତିନି ଜଣେ ସମ୍ପର୍କରେ ଭାଇ ଭାଇ ବୋଲି ସୂଚନା ରହିଛି। ସୁବାସ ନିଜ ପୁଲିସ ଭାଇ ଜରିଆରେ ବେଆଇନ ବ୍ୟବସାୟକୁ ସୁରକ୍ଷା କରିବା ଦିଗରେ ବ୍ୟବହାର କରୁଥିଲେ ବୋଲି ଜଣାପଡିଛି। ଆଉ ନିଜ ଭାଇର ବ୍ୟବସାୟକୁ ସହଯୋଗ କରିବା ପାଇଁ ଦୁଇ କନେଷ୍ଟବଳ ଭାଇ ମଧ୍ୟ ଭରପୁର ସହଯୋଗ କରିଥିଲେ ବୋଲି ଜଣାପଡିଛି।ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀଙ୍କ କାନରେ ଖବର ପଡ଼ିଥିଲା। ଏହାପରେ ସେ ଅବକାରୀ ବିଭାଗକୁ ବେଆଇନ ମଦ ବ୍ୟବସାୟ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅବକାରୀ ବିଭଗ ଦୁଇ ଦିନ ହେବ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ ଗଁଦିଆରେ ଚଢାଉ କରିଥିଲା। ଏହାପରେ ବିଜେଡି ନେତା ସୁବାସ ମାଝୀ ନିଜକୁ କେମିତି ସୁରକ୍ଷା ଦେବେ ସେ ନେଇ ପ୍ରୟାସ କରୁଥିଲେ। ହେଲେ ଖସି ପାରିନଥିଲେ।

ଅବକାରୀ ଏସପି ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱାଧୀନ ଟିମ୍ ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ, ମଦ ପ୍ୟାକିଙ୍ଗ ମେସିନ, ତାରମେଲ୍ ଟିପି ଷ୍ଟିକର ଆଦି ଜବତ କରିଛି। ଏହି ମାମଲାରେ ଏଯାବତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଢେଙ୍କାନାଳ ଅଣାଯାଇଛି।

ନକଲି ବିଦେଶୀ ମଦ ୫୧ ଲିଟର, କାର ମେଲ, ଜାମାୟିକା ରମ ଏଲ ବି. , ମେସିନ ଗୋଟେ। ନମ୍ବର ୧ ରମର କର୍କ ୨୪୦ ପିସ, ଅପିସର୍ସ ଚଏସ ବ୍ଲ କର୍କ ୯୦ ପିସ, ଇମ୍ପେରିଆଲ ବ୍ କର୍କ, ୧୫,ନମ୍ବର ୧ ହୁସ୍କ୍ରି କର୍କ ୭୦ ପିସ ଲେବୁଲ ନମ୍ବର ୧ ରମର ୮୬୦ ପିସ, ପଛପଟ ଲେବୁଲ ୯୦୩ ପିସ, ବୋତଲ ରେ ଲାଗୁଥିବା ଅବକାରୀ ବିଭାଗର ୬୪୦ ପିସ ଲେବୁଲ,୪୮ ଖାଲି ବୋତଲ, ୨ ଟା ଜୀବନ୍ତ ଗୁଳି ଜବତ ହୋଇଛି।

 

 

 

Leave A Reply

Your email address will not be published.