Latest Odisha News

BREAKING NEWS

୩ ମାସର ଶିଶୁକୁ ତିନିମହଲାରୁ ଫିଙ୍ଗିଦେଲା ମା’; କାରଣ ଶୁଣିଲେ ଆଖି ଓଦା ହୋଇଯିବ

ଅହମଦାବାଦ:୧୦ ମାସ ଗର୍ଭ ଯନ୍ତ୍ରଣା ସହି ସନ୍ତାନକୁ ଜନ୍ମ ଦେଲା, କିନ୍ତୁ ୩ ମାସ ସମ୍ଭାଳି ପାରିଲାନି ଶିଶୁକୁ ! ଏକଥା କ’ଣ କେବେ ସମ୍ଭବ ହୋଇପାରେ ? କଅଁଳ ଶିଶୁକୁ  ମା’ କ’ଣ କେବେ ଏତେ ନିର୍ଦ୍ଦୟ ଭାବେ ଫିଙ୍ଗି ଦେଇପାରେ ? ଏ କେମିତି ମା’ କେଜାଣି ? ତିନିମାସର ସନ୍ତାନର ମୋହ ତୁଟାଇ ତାକୁ ଡାକ୍ତରଖାନାର ୩ ମହଲା ଉପରୁ ଫିଙ୍ଗି ଦେଲେ ! ଏମିତି ଘଟଣା ଘଟିଛି  ଅହମଦାବାଦରେ  । ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି ।

ଘଟଣାଟି ଶୁଣିବା ପରେ ଆପଣ ଭାବୁଥିବେ ଏମିତି ମା’ ବୋଧହୁଏ ମା’ ଜାତି ପାଇଁ କଳଙ୍କ । ହେଲେ ଏହା ପଛର କାରଣ ଆହୁରି କରୁଣ ।  ମା’ଟି ଏପରି ଚରମ ପଦକ୍ଷେପ କାହିଁକି ନେଲା ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ଆଖି ସାମ୍ନାରେ ସନ୍ତାନର ଯନ୍ତ୍ରଣା ଦେଖିବା ମା’ ପାଇଁ କୌଣସି ଅଭିଶାପଠାରୁ କମ ନୁହେଁ । ଏ ମା’ଟି ସହ ଠିକ ସେମିତି କିଛି ଘଟିଥିଲା । ପୁରା ଘଟଣା ଥିଲା ଏମିତି କିଛି..

ଅହମ୍ମଦାବାଦର ବସିନ୍ଦା ଆସିଫମିୟା ଶେଖ୍  । ଆସିଫଙ୍କ  ପତ୍ନୀ ଫରଜାନା ବାନୁ  ୨୦୨୨ ଅକ୍ଟୋବର ୫ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା । ହେଲେ ପିଲାବେଳୁ ଶାରୀରିକ ଯନ୍ତ୍ରଣାରେ ଛଟପଟ ହେଉଥିଲା ଝିଅଟି। ଡାକ୍ତରଙ୍କୁ ଦେଖାଇବା ପରେ ଶିଶୁର ପେଟରେ ମଇଳା ପାଣି ଜମି ରହିଥିବା ଜଣାପଡିଥିଲା । ଅସ୍ତ୍ରୋପଚାର କରାଇବାକୁ ଡାକ୍ତର କହିବା ପରେ ଶିଶୁ କନ୍ୟାର ଅପରେସନ୍ ହୋଇଥିଲା । ହେଲେ ଯନ୍ତ୍ରଣା ସେତିକିରେ ଶେଷ ହୋଇ ନ ଥିଲା । ସେଠାରେ  ୨୪ ଦିନ ରହିବା ପରେ ଝିଅକୁ ନେଇ ଘରକୁ ଫେରିଥିଲେ ।

ହେଲେ ଏହାର କିଛି ଦିନ ପରେ ପୁଣି କୁନି ଝିଅଟି ଯନ୍ତ୍ରଣାରେ କାନ୍ଦିାବକୁ ଲାଗିଲା । ଡାକ୍ତର ଦେଖାଇବା ପରେ ଜଣାପଡ଼ିଲା ଝିଅଟିର ଇନଷ୍ଟାଇନରେ ଗୁରୁତର ସମସ୍ୟା  ରହିଛି । ଇଣ୍ଟେଷ୍ଟାଇନ ଯେଉଁଠି ରହିବା କଥା ସେଠାରୁ ବାହାରି ଆସିଛି । ପୁଣି ଝିଅକୁ ଅହମ୍ମଦାବାଦର ସିଭିଲ ହସପିଟାଲରେ ଭର୍ତ୍ତି କରିଥିଲେ ।  ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲା ଶିଶୁ କନ୍ୟା । ଝିଅର ଏ କଷ୍ଟ ଦେଖି ପାରି ନ ଥିଲେ ଫରଜାନା । ତେଣୁ ନେଇଥିଲେ ଏମିତି ଚରମ ପଦକ୍ଷେପ । ଝିଅକୁ ଡାକ୍ତରଖାନାର ତିନି ମହଲା ଉପରୁ ତଳକୁ ଫିଙ୍ଗି ଦେଇଥିଲେ ।

ସ୍ୱାମୀ ଆସିଫ ୱେଟିଂ ରୁମରେ ଥିଲେ । ଏପରି କାମ କରିସାରିବା ପରେ ଫରଜାନା କାନ୍ଦି କାନ୍ଦି ସ୍ୱାମୀଙ୍କ ପାଖକୁ ଆସିଥିଲେ । ଝିଅ ମିଳୁ ନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ । ପୋଲିସକୁ ଖବର ଦିଆଯାଇଥିଲା  ।    ସିସିଟିଭି ଯାଞ୍ଚ କରିବା ପରେ ଜଣାପଡିଥିଲା ଖୋଦ୍ ଫରଜାନା ହିଁ ଝିଅକୁ ଫିଙ୍ଗି ହତ୍ୟା କରିଛନ୍ତି । ପୁଲିସର ଜେରା ସମୟରେ ସବୁ ସତକଥା କହି କାନ୍ଦିଥିଲେ ଫରଜାନା ।

Leave A Reply

Your email address will not be published.