Latest Odisha News

BREAKING NEWS

ବଢୁଛି ନକଲି ନୋଟ୍ କାରବାର , ଜଣେ ଗିରଫ

ଚାନ୍ଦବାଲି: ଦିନକୁ ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନକଲି ନୋଟ୍ କାରବାର ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୀରାହାଟ ଥାନା ଅଞ୍ଚଳରେ। ବାଁସଡା ଥାନା ନୂଆଗାଁ ପଞ୍ଚାୟତ ହଟପୁର ଗ୍ରାମରେ ନିରଞ୍ଜନ ଜେନା ବୋଲି ଜଣାପଡିଛି ।

ଯୁବକ ଜଣକ ଗଦି ବଜାରରେ ଥିଲା ତ୍ରିପାଠୀ ହାର୍ଡଓ୍ବେୟାର ଦୋକାନରୁ କିଛି ଇଲେଟ୍ରିକ୍ ସାମଗ୍ରୀ କିଣି ଟଙ୍କା ଦେବା ସମୟରେ ଦୋକାନୀ ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲେ । ଅଭିଯୁକ୍ତକୁ ଅଟକ ରଖି ପୀରାହାଟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୀରାହାଟ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ଆଣିବା ସହିତ ତାପାଖରୁ ୬ଟି ୧୦୦ଟଙ୍କିଆ ନୋଟ ଏବଂ ୨ଟି ୨୦୦ଟଙ୍କିଆ ନକଲି ନୋଟ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.