Latest Odisha News

BREAKING NEWS

ଶ୍ରୀନଗର–ସାରଜା ବିମାନକୁ ନିଜ ଆକାଶ ପଥରେ ଉଡାଇ ଦେବନାହିଁ କହିଲା ପାକିସ୍ତାନ

ଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ପାକିସ୍ତାନର ଚତୁରତା । ପାକିସ୍ତାନ ଶ୍ରୀନଗର–ସାରଜା ବିମାନକୁ ନିଜ ଆକାଶ ପଥରେ ଉଡାଇ ଦେବା ନାହିଁ ବୋଲି କହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ଏହି ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୧ ବର୍ଷ ପରେ ଜମ୍ମୁ କଶ୍ମୀର ଶ୍ରୀ ନଗରରୁ ସାରଜା ମଧ୍ୟରେ ପୁନର୍ବାର ଏହି ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

BjdElectrycity

କହିବାକୁ ଗଲେ ନିକଟରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରୁ ସାରଜା ଅଭିମୁଖେ ପ୍ରଥମେ ବିମାନ ଉଡାଣ କରଥିଲେ। ପାକିସ୍ତାନର ଏପରି ପଦକ୍ଷେପରେ ଜମ୍ମୁକଶ୍ମୀର ବାସୀ ଅଧିକ ପ୍ରଭାବିତ ହେବେ। ଶ୍ରୀନଗରରୁ ଦୁବାଇ ଅଭିମୁଖେ ପ୍ରଥମ ଆନ୍ତଃର୍ଜାତୀତ ବିମାନ ୨୦୦୯ ରେ ଏୟାର ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ,କିନ୍ତୁ ଶେଷରେ ଏହା ବନ୍ଦ ହୋଇଯାଇଥିଲା।

ପାକିସ୍ତାନର ଏ ଭଳି ନିଷ୍ପତ୍ତି ଯୋଗୁଁ ବିମାନ ସବୁ ଉଦୟପୁର, ଅହମଦାବାଦ ଏବଂ ଓମାନ ଦେଇ ଯାତ୍ରା କରିବ। ଫଳରେ ଶ୍ରୀନଗରରୁ ସାରଜା ଯାତ୍ରା ଘଣ୍ଟାଏ ଅଧିକ ଲାଗିବ ଏବଂ ଯାତ୍ରା ଖର୍ଚ୍ଚ ମଧ୍ୟ ଅଧିକ ହେବ।ଏଭଳି ପଦକ୍ଷେପ ଅତ୍ୟନ୍ତ ଦୁଃଖଦାୟକ ବୋଲି ଟ୍ୱିଟ କରି କହିଛନ୍ତି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବଦ୍ଦୁଲ୍ଲା ।

Leave A Reply

Your email address will not be published.