କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି ।
ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବିଶାଖାପାଟଣାରୁ ନକଲି ନୋଟ୍ ନେଇ କାର୍ ଛତିଶଗଡ଼ ଯାଉଥିଲା । ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଧିକ ତଦନ୍ତ ଜାରି ରହିଥିବା ସୁନାବେଡ଼ା ଏସଡିପିଓ କହିଛନ୍ତି ।
Comments are closed.