Latest Odisha News

BREAKING NEWS

ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ, ମିଠାରେ ନିଶା ଦେଇ ଲୁଟିନେଲା ୩୭ ଲକ୍ଷ

ମାଲକାନଗିରି: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲା ଭଡ଼ାଟିଆ । ମିଠାରେ ନିଶା ଦେଇ ଭଡ଼ାଟିଆ ଜଣଙ୍କ ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨ ଲକ୍ଷ ଟଙ୍କାର ଲୁଟି ନେଇଛନ୍ତି । ମାଲକାନିଗିର ସହରର ବିବିଗୁଡ଼ାରେ ଏମିତି ଅଭିନବ ଉପାୟରେ ଲୁଟ୍ କରିଛନ୍ତି ଭଡ଼ାଟିଆ ଲୁଟେରା ଜଣଙ୍କ ।

ସୁନା ବ୍ୟବସାୟୀଙ୍କ ଘରେ ଲୁଟେରା ଜଣଙ୍କ ଭଡ଼ାରେ ରହୁଥିଲା । ଚାକିରି ହେବା କହି କାଲି ଘର ମାଲିକ ସମେତ ପଡ଼ୋଶୀଙ୍କୁ ଭଡ଼ାଟିଆ ମିଠା ବାଣ୍ଟିଥିଲା । ମିଠା ଖାଇବା ପରେ ସମସ୍ତେ ଅଚେତ ହୋଇ ପଡ଼ିବା ପରେ ଭଡ଼ାଟିଆ ଲୁଟେରା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିନେଇ ଫେରାର୍ ହୋଇଯାଇଛି ।

Leave A Reply

Your email address will not be published.