ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଚିକିଲି ଗାଁର ସୁନୀଲ କୁମାର ଗୌଡ । କୌଣସି ଏକ ଘଟଣାକୁ ନେଇ ଭରସା ଗାଁର ଅର୍ଜୁନ ସେଠୀଙ୍କୁ ଫୋନ ଯୋଗେ ସୁନୀଲ ଖଲ୍ଲିକୋଟ ଥାନା ଅଧିକାରୀ କହି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ । ଘରୁ ଉଠାଇ ନେଇ କେସରେ ଫସାଇଦେବି କହି ଧମକାଉଥିଲେ । ବାରମ୍ବାର ଧମକ ଶୁଣିବା ପରେ ଅର୍ଜୁନ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜଗନ୍ନାଥ ମାଲିକ ଖବର ପାଇବ ପରେ ତଦନ୍ତ କରି ଚିକିଲି ଗାଁ ର ସୁନୀଲ କୁମାର ଗୌଡଙ୍କୁ ଗିରଫ କରିଥିଲେ ।
BREAKING NEWS
- ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ‘ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ୍ ହାତେଇବାର ଅପଚେଷ୍ଟା କରୁଛି ବିଜେଡି’
- କ୍ରିକେଟର ଉନ୍ମୁକ୍ତ ଚାନ୍ଦଙ୍କୁ ସହାୟ ହେଉନି ଭାଗ୍ୟ, ଦେଶ ଛାଡି ବି ହେଲାନି ଲାଭ
- ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
- ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ତିନି ଗୁରୁତର
- ପ୍ରଚାର ମଇଦାନରେ କଙ୍ଗନା, କହିଲେ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବି
- ଏପ୍ରିଲ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ବାହାରିବ ପ୍ରଥମ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ
- ଓଡ଼ିଶାରେ ବେକାରି ସଂଖ୍ୟା ଅଧିକ: ଆଇଏଲଓ ରିପୋର୍ଟ
- ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…
- ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’