Latest Odisha News

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର ମିଶ୍ରଙ୍କୁ କୋରାପୁଟରୁ ଗିରଫ କରାଯାଇଛି  । ସେ  ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି କହିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲା । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ ଦୀର୍ଘ ବର୍ଷ ଧରି କୋରାପୁଟରେ ରହିଆସୁଥିଲେ |

କୋରାପୁଟରେ ରହି ସାଧାରଣ ଲୋକଙ୍କ ସହ ବ୍ୟବସାୟିକ ସଂଗଠନମାନଙ୍କୁ ଭୟଭୀତ କରାଇ ଚାନ୍ଦା ଆଦାୟ କରୁଥିଲେ | କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁଥିଲା ଧୂର୍ତ୍ତ କିଶୋର ମିଶ୍ର । ଏହି ଅଭିଯୁକ୍ତ ନିକଟରୁ ଏସଟିଏଫ ନକଲି ପରିଚୟ ପତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି  ।  କିଶୋର ମିଶ୍ର ୨ ରୁ ୩ ବର୍ଷ ଧରି ଏହି କାରନାମା କରି ଆସୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ସୂଚନା ମିଳିଛି  ।

Leave A Reply

Your email address will not be published.