Latest Odisha News

ଉତ୍ତର ଭାରତର ତିନୋଟି ରହସ୍ୟମୟ ସ୍ଥାନ, ଯାହା ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ସଂସ୍କୃତି, ଖାଦ୍ୟ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟ ଦୃଷ୍ଟିରୁ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବେଶ୍ ମନୋରମ । ଏହି ରାଜ୍ୟଗୁଡିକ ସେମାନଙ୍କର ସୁନ୍ଦର ଉପତ୍ୟକା, ଜଳପ୍ରପାତ, ବିସ୍ତୃତ ପାହାଡ଼ିଆ ଅଞ୍ଚଳ ଏବଂ ଚିତ୍ରକଳା ଦୃଶ୍ୟ ପାଇଁ ମଧ୍ୟ ଜଣାଶୁଣା । ଏହାର ସୌନ୍ଦର୍ଯ୍ୟ ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ତଥାପି ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଅନେକ ସ୍ଥାନ ଅଛି ଯାହା ରହସ୍ୟମୟ ହୋଇ ରହିଛି । ତେବେ ଆସନ୍ତୁ ଜାଣିନା ସେହି ରହସ୍ୟମୟ ସ୍ଥାନ ବିଷୟରେ…

ଜଟିଙ୍ଗା, ଆସାମ:

ଆସାମର ଜଟିଙ୍ଗା, ଡେଥ୍ ଅଫ ଭ୍ୟାଲି ଭାବରେ ମଧ୍ୟ ଜଣାଶୁଣା । ଏହି ଜାଗାର ପ୍ରତିବର୍ଷ ଏକ ବିଚିତ୍ର ଘଟଣା ଘଟିଥାଏ ଯାହାକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଭେଦ କରିପାରିନାହାନ୍ତି । ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆସାମର ଡିମା ହାସାଓ ଜିଲ୍ଲାରୁ ବହୁ ସଂଖ୍ୟକ ପକ୍ଷୀ ଜଟିଙ୍ଗା ଗ୍ରାମକୁ ଉଡ଼ି ଆସନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ପକ୍ଷୀ ସେଠାରେ ଜୀବିତ ରୁହନ୍ତିନାହିଁ । ସମସ୍ତ ପକ୍ଷୀ କୌଣସି ଏକ କାରଣରୁ ମୃତ୍ୟୁ ବରଣ କରିଥାନ୍ତି । ଏହାର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣନ୍ତି ନାହିଁ ।
ଫଙ୍ଗପୁଇ, ମିଜୋରାମ:

ଫଙ୍ଗପୁଇ ପର୍ବତ ମିଜୋରାମ ରାଜ୍ୟର ଦକ୍ଷିଣ ସୀମା ନିକଟରେ ଅବସ୍ଥିତ। ଏହା ରାଜ୍ୟର ସର୍ବୋଚ୍ଚ ପର୍ବତ ଶିଖର ବୋଲି ଜଣାଯାଏ । ସେଠାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ପାହାଡ ଶିଖରରେ ଅନେକ ଦୁଷ୍ଟ ଆତ୍ମା ବସବାସ କରନ୍ତି । ଯେକେହି ବି ସେହି ସ୍ଥାନକୁ ଯାଆନ୍ତି ସେହି ଆତ୍ମାମାନେ ତା’କୁ କ୍ଷତି ପହଞ୍ଚାଇଥାନ୍ତି ।

ନୋହକାଳୀକାଈ ଜଳପ୍ରପାତ, ମେଘାଳୟ:

ଏହି ଜଳପ୍ରପାତର ନାମ ପଛରେ ଏକ ଅଦ୍ଭୁତ କାହାଣୀ ଅଛି । କାଲିକାଇ ନାମକ ଜଣେ ମହିଳା ତାଙ୍କ ଝିଅ ସହିତ ଅଧିକାଂଶ ସମୟ ଅତିବାହିତ କରିଥିବାରୁ ତାଙ୍କ ସ୍ୱାମୀ ଖୁସି ନଥିଲେ । ତେଣୁ ଦିନେ କାଲିକାଇ କାମରେ ବ୍ୟସ୍ତ ଥିବାବେଳେ ତାଙ୍କ ସ୍ଵାମୀ ଝିଅ କୁ ହତ୍ୟା କରି ଏହି ଜଳପ୍ରପାତରେ ଫିଙ୍ଗି ଦେଇଥିଲେ । ତାଙ୍କ ଝିଅ କୁ ହତ୍ୟା କରାଯାଇଥିବା ଜାଣିବା ପରେ କାଲିକାଇ ପାହାଡ ଉପରୁ ସେହି ଜଳପ୍ରପାତକୁ ଡେଇଁ ପଡିଥିଲେ । ତେଣୁ ଏହି ଜଳପ୍ରପାତକୁ ନୋହକାଳୀକାଈ ଜଳପ୍ରପାତ ନାମରେ ନାମିତ କରାଯାଇଥିଲା । ଏଠାରେ ଏବେବି ଅନକେ ରହସ୍ୟମୟ ଘଟଣା ଘଟେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି ।

Leave A Reply

Your email address will not be published.