ବ୍ରହ୍ମପୁର: ସସ୍ କମ୍ପାନୀରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ର ରେଡ୍। ବଡ଼ବଜାର ଥାନା ପିଚିପିଚାରେ ଥିବା କମ୍ପାନୀରେ ରେଡ୍ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡିଛି।
ତେବେ ଏହି ରେଡ ବେଳେ ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏହି କମ୍ପାନୀରେ ଅପମିଶ୍ରଣ ଚାଲିଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଆଜି ହଠାତ୍ ଉକ୍ତ କମ୍ପାନୀରେ ଚଢାଉ କରିଥିଲା।
ଅଭିଯୋଗ ଅନୁସାରେ ଉକ୍ତ କମ୍ପାନୀ ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍ ଲଗାଇ ବିକ୍ରି କରାଯାଉଥିଲା। କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନାହିଁ। ଏହି ଅଭିଯୋଗ ଆଧାରରେ ଆଜି ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ କମ୍ପାନୀରେ ଚଢ଼ାଉ କରିଛି।
Comments are closed.