ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ମିଛ ଖବର ପୋଷ୍ଟ କରିଛନ୍ତି ଦୁର୍ବୃତ୍ତ । ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଲେଖିଛନ୍ତି । ଫେକ୍ ଆକାଉଣ୍ଟ ଉପରେ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କେହି ଜଣେ ଦୁର୍ବୃତ୍ତ ମନ୍ତ୍ରୀଙ୍କ ନାଁ ଓ ଫଟୋ ସହ ସୋସିଆଲ୍ ମିଡିଆରେ ଜାଲ୍ ଆକାଉଣ୍ଟ ଖୋଲି ଏଭଳି ଗୁଜବ ପ୍ରଚାର କରିଛି ।
ମନ୍ତ୍ରୀ ସମୀର ଦାଶ ନିଜ ନକଲି ଟ୍ୱିଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ସହ ଅସଲି ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରକୁଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ ।
କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ…@CMO_Odisha @BJD4Odisha @BJDITWing pic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021
ନକଲି ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଥିଲା ଯେ, ପୂର୍ବ ନିଷ୍ପତ୍ତି ଅନୁସାରେ ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା । କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ ଦଶମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ଯାଏ ଅନୁଷ୍ଠିତ ହେବ ।
Comments are closed.