Latest Odisha News

BREAKING NEWS

କରୋନାରେ ଟିଏମ୍‌ସି ପ୍ରାର୍ଥୀଙ୍କ ମୃତ୍ୟୁ

କୋଲକାତା: ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

BjdElectrycity

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ସେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ ଏବଂ କେବଳ ଏକ ନିରନ୍ତର ଅଭିଯାନ ଲଢିଚାଲିଥିଲେ। ସେ ଦୀର୍ଘ ଦିନର ପ୍ରତିବଦ୍ଧ ସଦସ୍ୟ ଥିଲେ। ସେ ଆମ ମନରେ ସର୍ବଦା ରହିବେ। ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା, ”।

କୋଭିଡ ଚିହ୍ନଟ ହେବା ପରେ କାଜଲ ସିହ୍ନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତିନି ଦିନ ଭେଣ୍ଟିଲେଟରରେ ରହିବା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.