ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଆଉ ଜଣେ ବିଜେଡି ବିଧାୟକ ତଥା ମନ୍ତ୍ରୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ନିର୍ବାଚନରେ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି।
କଂଗ୍ରେସର ଅଭିଯୋଗ ଅନୁସାରେ, ୨୦୦୪ରୁ ୨୦୧୯ ମଧ୍ୟରେ ୪ଟି ନିର୍ବାଚନ ସମୟରେ ୩ ପ୍ରକାର ସତ୍ୟପାଠ ଦାଖଲ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ୨୦୦୪ ନିର୍ବାଚନରେ ୧୯୭୨ରେ ମାଟ୍ରିକ ପାସ୍ କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ସେହିପରି ୨୦୦୯ ଓ ୨୦୧୪ରେ ୧୯୩୭ରେ ମାଟି୍ରକ୍ ପାସ ହୋଇଥିବା ନେଇ ସତ୍ୟାପାଠରେ ତଥ୍ୟ ଦେଇଥିଲେ ମନ୍ତ୍ରୀ । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ୧୯୭୩ରେ ଅଷ୍ଟମ ପାସ୍ କରିଥିଲେ ବୋଲି ପଦ୍ମନାଭ ବେହେରା ସତ୍ୟପାଠରେ ଉଲ୍ଲେଖ କରିଥିବା ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୨୮ ଜାନୁଆରିରେ ହାଇକୋର୍ଟ ସୁବର୍ଣ୍ଣପୁର ଏସପିଙ୍କୁ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁବର୍ଣ୍ଣପୁର ଏସପି ଏହି ମାମଲାର ତଦନ୍ତ ଆରମ୍ଭ କରିବା ପାଇଁ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ନ କହି ଅଦାଲତ ଅବମାନନା କରିଥିବା କଂଗ୍ରେସ ଅଭିଯୋଗ କରିିଛି । ମନ୍ତ୍ରୀଙ୍କ ବିରୋଧରେ ଏଭଳି ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ତୁରନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଛନ୍ତି ।
BREAKING NEWS
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
Comments are closed.