ବାରଣାସୀ: ରିକ୍ସା ଚାଳକଙ୍କ ପାଖକୁ ଆସିଲା ପିଏମ୍ଓରୁ ଚିଠି । ବାରଣାସୀର ରିକ୍ସା ଚାଳକ ମଙ୍ଗଳ କେୱଟଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଲେ ଶୁଭକାମନା ବାର୍ତ୍ତା । ଝିଅ ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କାର୍ଡ ଦେଇଥିଲେ । ତେବେ ମଙ୍ଗଳର କାର୍ଡ ପାଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଙ୍ଗଳଙ୍କ ନିକଟକୁ ଶୁଭକମନା ବାର୍ତା ପଠାଇଛନ୍ତି । ଚିଠିରେ ଝିଅ ଓ ଜ୍ୱାଇଁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ତାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ସେ କହିଛନ୍ତି ।
ତେବେ ମୋଦୀଙ୍କ ନିକଟରୁ ଏହି ଶୁଭେଚ୍ଛା ପତ୍ର ପାଇ ମଙ୍ଗଳଙ୍କ ପରିବାର ଲୋକେ ବେଶ ଉତ୍ସାହିତ ଅଛନ୍ତି । ତାଙ୍କ ଛାତି କୁଣ୍ଢୋମୋଟ ହୋଇଯାଇଛି । ନୁ୍ୟଜ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମଙ୍ଗଳ କହିଛନ୍ତି, ଗତ ଫେବୃଆରୀ ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମୋ ନିକଟକୁ ଝିଅ ବାହାଘର ପାଇଁ ଶୁଭେଚ୍ଛା ବାର୍ତ୍ତା ଆସିଥିଲା । ଏହି ପତ୍ର ହିଁ ପ୍ରମାଣ କରୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସମାଜର ନିମ୍ନ ସ୍ତରରେ ରହୁଥିବା ଲୋକଙ୍କ ମଧ୍ୟ ଧ୍ୟାନ ରଖୁଛନ୍ତି ବୋଲି ମଙ୍ଗଳ କହିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.