ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଆଉ ଜଣେ ବିଜେଡି ବିଧାୟକ ତଥା ମନ୍ତ୍ରୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ନିର୍ବାଚନରେ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି।
କଂଗ୍ରେସର ଅଭିଯୋଗ ଅନୁସାରେ, ୨୦୦୪ରୁ ୨୦୧୯ ମଧ୍ୟରେ ୪ଟି ନିର୍ବାଚନ ସମୟରେ ୩ ପ୍ରକାର ସତ୍ୟପାଠ ଦାଖଲ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ୨୦୦୪ ନିର୍ବାଚନରେ ୧୯୭୨ରେ ମାଟ୍ରିକ ପାସ୍ କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ସେହିପରି ୨୦୦୯ ଓ ୨୦୧୪ରେ ୧୯୩୭ରେ ମାଟି୍ରକ୍ ପାସ ହୋଇଥିବା ନେଇ ସତ୍ୟାପାଠରେ ତଥ୍ୟ ଦେଇଥିଲେ ମନ୍ତ୍ରୀ । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ୧୯୭୩ରେ ଅଷ୍ଟମ ପାସ୍ କରିଥିଲେ ବୋଲି ପଦ୍ମନାଭ ବେହେରା ସତ୍ୟପାଠରେ ଉଲ୍ଲେଖ କରିଥିବା ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୨୮ ଜାନୁଆରିରେ ହାଇକୋର୍ଟ ସୁବର୍ଣ୍ଣପୁର ଏସପିଙ୍କୁ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁବର୍ଣ୍ଣପୁର ଏସପି ଏହି ମାମଲାର ତଦନ୍ତ ଆରମ୍ଭ କରିବା ପାଇଁ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ନ କହି ଅଦାଲତ ଅବମାନନା କରିଥିବା କଂଗ୍ରେସ ଅଭିଯୋଗ କରିିଛି । ମନ୍ତ୍ରୀଙ୍କ ବିରୋଧରେ ଏଭଳି ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ତୁରନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.