Latest Odisha News

BREAKING NEWS

ପଦ୍ମଭୂଷଣ ବେଦ ପ୍ରକାଶ ନନ୍ଦାଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ 

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ତଥା ଶିକ୍ଷାବିତ ପଦ୍ମଭୂଷଣ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କ ପରଲୋକ । ୯୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ୨୦୧୮ ମସିହାରେ ସାହିତ୍ୟ ଏବଂ ଶିକ୍ଷା ପାଇଁ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା।ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ ଶିକ୍ଷାବିତ୍ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଜଣ ପ୍ରତିଷ୍ଠିତ ଶିକ୍ଷାବିତ, ଆଇନ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅମୂଲ୍ୟ । ସେ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ସଦସ୍ୟ ଥିଲେ। ସେ ଆମେରିକାରେ ରହୁଥିଲେ କିନ୍ତୁ ଭାରତ-ଆମେରିକା ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ପାଇଁ ତାଙ୍କର ଚେଷ୍ଟା ରହିଥିଲା।’

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଇନ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ଆଇନ ଶିକ୍ଷା ପ୍ରତି ଗଭୀର ପ୍ରତିବଦ୍ଧତା ଥିଲା। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ତାଙ୍କର ଅବଦାନ ଅନନ୍ୟ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ହୃଦୟରୁ ସମବେଦନା ଜଣାଉଛି।’

ସେହିପରି ବିଜେପି ମୁଖ୍ୟ ଜେପି ନଡ୍ଡା କହିଛନ୍ତି, ‘ଶିକ୍ଷାବିତ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କ ପରଲୋକରେ ମୁଁ ଦୁଃଖିତ । ଛାତ୍ର ସମୟରେ ସେ ଏଭିଭିପିର ଅଲ ଇଣ୍ଡିଆ ପ୍ରେସିଡେଣ୍ଟ ସହ ଦିଲ୍ଲୀ ୟୁନିଭରସିଟିର ଛାତ୍ରସଂଘର ମୁଖ୍ୟ ରହିଥିଲେ। ଗତ ୫୦ବର୍ଷ ଧରି ଆମେରିକାର ଡେନଭରର କଲୋରଡୋ ବିଶ୍ୱବିଦ୍ୟାଳୟରେ ପ୍ରଖ୍ୟାତ ଶିକ୍ଷାବିତ ଭାବେ ପରିଚୟ ହାସଲ କରିଥିଲେ। ଆମେରିକା ଭାରତୀୟ କମ୍ୟୁନିଟିର ସମ୍ପର୍କ ବୃଦ୍ଧି କରିବା ପାଇଁ ତାଙ୍କର ଅନେକ ଅବଦାନ ରହିଛି। ‘

ଭାରତୀୟ-ଆମେରିକୀୟ ଶିକ୍ଷାବିତ ପ୍ରଫେସର ବେଦ ପ୍ରକାଶ ନନ୍ଦାଙ୍କୁ ୨୦୧୮ ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ଆମେରିକାର କଲୋରାଡୋ, ଡେନଭରର କଲୋରଡୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ସେ ଆନ୍ତର୍ଜାତୀୟ ଆଇନ ଅଧ୍ୟୟନ କାର୍ଯ୍ୟକ୍ରମର ସଂସ୍ଥାପକ ନିର୍ଦ୍ଦେଶକ ରହିଥିଲେ। ଅନ୍ୟପଟେ ବେଦ ନନ୍ଦା ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆଣ୍ଡ କମ୍ପେରିଟିଭ ଲ, ୟୁନିଭରସିଟି ଅଫ ଡେନବର ଷ୍ଟର୍ମ କଲେଜ ଅଫ ଲର ନିର୍ଦ୍ଦେଶକ ମଧ୍ୟ ରହିଥିଲେ।

Leave A Reply

Your email address will not be published.