Latest Odisha News

BREAKING NEWS

ଜାଣନ୍ତୁ, ୨୦୧୯ରେ ଭାରତ ହରାଇଛି ଏହିସବୁ ଲୋକପ୍ରିୟ ଜନନେତାଙ୍କୁ

ଭୁବନେଶ୍ୱର: ଭାରତୀୟ ରାଜନୀତି ପାଇଁ ୨୦୧୯ ଏକ ଦୁଃଖଦ ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ବିଜେପି ପାଇଁ । କାହିଁକି ନା ବିଜେପି ଚଳିତ ବର୍ଷ ଲଗାତାର ନିଜର ୩ ଦିଗଜ୍ଜ ନେତା ସୁଷମା ସ୍ୱରାଜ ଓ ଅରୁଣ ଜେଟଲି ତଥା ମନୋହର ପାରିକରଙ୍କୁ ହରାଇଛି । ଯାହା ବିଜେପି ତଥା ଭାରତୀୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ।

ତେବେ ୨୦୧୯ ବର୍ଷରେ ଭାରତ ହରାଇଥିବା ଲୋକପ୍ରିୟ ଜନପ୍ରତିନିଧିଙ୍କ ସମ୍ପର୍କରେ ଜାଣନ୍ତୁ…

ଅରୁଣ ଜେଟଲୀ:

ଭୂତପୂର୍ବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ୨୦୧୯ ମସିହା ଅଗଷ୍ଟ ୨୪ ତାରିଖରେ ଦିଲ୍ଲୀର ଏମସ୍ ଠାରେ ପ୍ରାଣତ୍ୟାଗ କରିଥିଲେ । ଦୀର୍ଘ କିଛିଦିନ ହେବ ଚିକିତ୍ସାରତ ଥିବା ଜେଟଲୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛିଦିନ ଡାକ୍ତରଖାନାରେ ରହିବା ପରେ ୬୬ ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିଲା ।

୨.ଜଗନ୍ନାଥ ମିଶ୍ର:

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ମିଶ୍ର ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖରେ ୮୪ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ସ୍ବର୍ଗତ ମିଶ୍ରଙ୍କ ମୃତ୍ୟୁରେ ବିହାର ସରକାର ୩ ଦିନ ଯାଏଁ ଛୁଟି ଘୋଷଣା କରିଥିଲେ ।

୩.ସୁଷମା ସ୍ୱରାଜ:

ବରିଷ୍ଠ ବିଜେପି ନେତ୍ରୀ ତଥା ଭାରତର ତତ୍କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଅଗଷ୍ଟ ୬ ତାରିଖ ରେ ଦେହାନ୍ତ ହୋଇଥିଲା । ସେ ୬୭ ବର୍ଷ ବୟସରେ ହୃଦଘାତରର ପ୍ରାଣ ହରାଇଥିଲେ । ଜଣେ ପ୍ରଖ୍ୟାତ କୂଟନୀତିଜ୍ଞ ଭାବେ ସୁଖ୍ୟାତି ଅର୍ଜନ କରିଥିବା ସୁଷମା ସ୍ୱରାଜ ଦେଶର ଜଣେ ଲୋକପ୍ରିୟ ନେତ୍ରୀ ଥିଲେ । ତାଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

୪.ସୀଲା ଦୀକ୍ଷିତ:

ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ସୀଲା ଦିକ୍ଷୀତ ଚଳିତ ବର୍ଷ ଜୁଲାଇ ୨୦ ତାରିଖରେ ୮୧ ବର୍ଷରେ ପ୍ରାଣ ହରାଇଥିଲେ ।

୫.ମନୋହର ପାରିକର:

ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ଚଳିତ ବର୍ଷ ମାର୍ଚ୍ଚ ୧୭ରେ ହୋଇଥିଲା। ଦୀର୍ଘଦିନ କ୍ୟାନସର ସହ ଲଢ଼ିବା ପରେ ଶେଷରେ ୬୩ ବର୍ଷରେ ପ୍ରାଣ ହରାଇଥିଲେ ଏହି ମହାନ ଜନ ପ୍ରତିନିଧି ।

୬.ମଦନ ଲାଲ ଖୁରାନା:

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କର ଅକ୍ଟୋବର ୨୮ ତାରିଖରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ସେ ୧୯୯୩ ରୁ ୧୯୯୬ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହାସହ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ପର୍ଯ୍ୟଟନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

୭.ବାବୁଲାଲ ଗୌର:

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର ୨୦୧୯ ମସିହା ଅଗଷ୍ଟ ୨୧ ତାରିଖରେ ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ୮୯ ବର୍ଷୀୟ ଏହି ନେତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

୮.ଜୟପାଲ ରେଡ୍ଡୀ:

ପାଞ୍ଚଥର ପର୍ଯ୍ୟନ୍ତ ଲୋକସଭାର ସଦସ୍ୟ ରହିଥିବା ଆଇଏନସି ନେତା ଜୟପାଲ ରେଡ୍ଡୀଙ୍କର ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା ।

୯. ଈଶ୍ୱର ଦୟାଲ ସ୍ୱାମୀ:

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଈଶ୍ୱର ଦୟାଲ ସ୍ୱାମୀଙ୍କର ଡିସେମ୍ବର ୧୫ ତାରିଖରେ ଦେହାନ୍ତ ଘଟିଥିଲା । ଅଟଳବିହାରୀ ବାଜପେୟୀଙ୍କ ସରକାର ସମୟରେ ୟୁନିଅନ ମିନିଷ୍ଟର ଭାବେ କାର୍ଯ୍ୟ କରିଥିବା ସ୍ବର୍ଗତ ଈଶ୍ୱର ଦୟାଲଙ୍କର ୯୦ ବର୍ଷରେ ମୃତ୍ୟୁ ଘଟିଥିଲା ।

୧୦.ରାମ ଜେଠାମଲାନି:

ଏକାଧାରରେ ଜଣେ ଆଇନଜୀବୀ ଓ ରାଜନେତା ଭାବେ ଖ୍ୟାତି ଅର୍ଜନ କରିଥିବା ରାମ ଜେଠାମଲାନିଙ୍କ ଭଳି ଜଣେ ସୁପୁତ୍ରକୁ ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ହରାଇଲା ଭାରତ ।

୨୦୧୦ ମସିହାରେ ତାଙ୍କୁ ସୁପ୍ରିମକୋର୍ଟ ବାର ଆସୋସିଏସନର୍ ସଭାପତି ଭାବେ ଚୟନ କରାଯାଇଥିଲା । ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.