Latest Odisha News

BREAKING NEWS

ପୁଅ ଭାଙ୍ଗିଲା ଟ୍ରାଫିକ ନିୟମ; ବାପା ଗଣିଲେ ୨୫ ହଜାର ଜୋରିମାନା

ରାୟଗଡା: କିଛିଦିନ ତଳେ କଟକରେ ନାବାଳକ ପୁଅ ଟ୍ରାଫିକ ନିୟମ ଭାଙ୍ଗି ଥିବାରୁ ତାଙ୍କ ବାପା ୬ ହଜାର ଟଙ୍କା ଜୋରିମାନ ଭରିଥିଲେ । ତେବେ ପୁନର୍ବାର ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡାରେ ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ରାୟଗଡା ଅଶୋକ ନଗରର ଶେଖ ତାଫିବୁଲଙ୍କ ୧୩ ବର୍ଷର ପୁଅ ଦ୍ରୁତ ଗତିରେ କାର ଚଳାଉଥିବା ବେଳେ ରାୟଗଡା ସଦର ରିଂ ରୋଡ଼ ଠାରେ ଟ୍ରାଫିକ ପୋଲିସ ହାତରେ ଧରାପଡିଛନ୍ତି ।

ନାବାଳକ ଜଣଙ୍କ ଦ୍ରୁତ ଗତିରେ କାର ଚଳାଉଥିବା ବେଳେ ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ମଧ୍ୟ ଗାଡ଼ିରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ତେବେ ନାବାଳକଙ୍କୁ ଅଟକାଇବା ସହ ତାଙ୍କ ପରିବାର ଲୋକଙ୍କୁ ପୋଲିସ ଏସମ୍ପର୍କରେ ସୂଚନା ପ୍ରଦାନ କରିଥିଲା ।

ନାବାଳକଙ୍କ ବାପା ଘଟଣାସ୍ଥଳରେ ପହଞ୍ଚିବା ପରେ କାର ସହିତ ଚାଳକ ଏବଂ ବାପାଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ ଆଇନ ଅନୁଯାୟୀ ୨୫ ହଜାର ଟଙ୍କାର ଜୋରିମାନା ଭରିବା ପରେ ଗାଡ଼ି ସହ ନାବାଳକଙ୍କୁ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଡିସେମ୍ବର ପହିଲାରୁ କଡାକଡି ହେବାକୁ ଥିବା ଟ୍ରାଫିକ ନିୟମକୁ ଆଉ ତିନି ମାସ ଯାଏଁ କୋହଳ କରିଦିଆ ଯାଇଥିଲେ ମଧ୍ୟ କିଛି ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ତେବେ ନୂଆ ମୋଟର ଯାନ ସଂଶୋଧନ ଆଇନ ଅନୁଯାୟୀ ୧୮ ବର୍ଷରୁ କମ ନାବାଳକ ବେଆଇନ ଭାବେ ଗାଡି ଚଳାଇଲେ ୨୫ ହଜାର ଟଙ୍କା ଜରିମାନା ଦେବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.