Latest Odisha News

BREAKING NEWS

ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି

ଢେଙ୍କାନାଳ : ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ଆଜି ଭୁବନ ବ୍ଲକରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଥିବାରୁ ସେ ନିଜ ବାଇକ ଯୋଗେ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ଦୁୂର୍ଘଟଣା ଘଟିଥିଲା ।

ଭୁବନ ଥାନା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ।

ମୃତ୍ୟୁ ଖବର ପାଇବା ପରେ କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ,ବହୁ ରାଜନେତା,ବୁଦ୍ଧିଜୀବୀ ,ଆଇନଜୀବୀ ଶୋକ ବ୍ୟକ୍ତ କରିଛନ୍ତି । ଜଣେ ନିର୍ଭୀକ ଯୁବ ସାମ୍ବାଦିକ ଭାବେ କାମାକ୍ଷାନଗର ଉପଖଣ୍ଡରେ ଜଣାଶୁଣା ଥିଲେ ଦୁଷ୍ମନ୍ତ ।

Leave A Reply

Your email address will not be published.