Latest Odisha News

BREAKING NEWS

ଶ୍ୱଶୂର ଘର ହେବ ତ ଏମିତି, ଜ୍ୱାଇଁ ପାଇଁ ପ୍ରସ୍ତୁତ କଲେ ୩୬୫ ପ୍ରକାରର ଖାଦ୍ୟ

ଗୋଦାବରୀ: ଶ୍ୱଶୂର ଘର ହେବ ତ ଏମିତି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ପରିବାର ତାଙ୍କର ହେବାକୁ ଥିବା ଜ୍ୱାଇଁ ପାଇଁ ୩୬୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ଯାହା କି ସୋସିଆଲ ସାଇଟରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଏହି ଭବ୍ୟ ପ୍ରି-ୱେଡିଂ ସେଲିବ୍ରେଶନରେ ଉଭୟ ପରିବାର ଲୋକେ ଏକତ୍ର ହୋଇଥିଲେ । ଆଉ କିଛି ଦିନ ପରେ ଉଭୟଙ୍କ ବାହାଘର ହେବ ।

ମକର ସଂକ୍ରାନ୍ତି ଦିନ ଜ୍ୱାଇଁଙ୍କ ଘରକୁ ଡାକିବା ପ୍ରଥା ଏଠାରେ ରହିଛି । ସକ୍ଷମ ଅନୁସାରେ ଶ୍ୱଶୂର ଘର ଲୋକ ଖାଦ୍ୟ ପରିବେଷଣ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ଚାଉଳର ରନ୍ଧା ଖାଦ୍ୟ, ବିରିୟାନୀ, ମିଠା,ପେଷ୍ଟ୍ରି, ଆଇସକ୍ରିମ, ବିସ୍କୁଟ, ଫଳ , କେକ ପ୍ରଭୃତି ସାମିଲ କରା ଯାଇଥାଏ ।

Comments are closed, but trackbacks and pingbacks are open.