ନୂଆଦିଲ୍ଲୀ: ୱେବ୍ ସିରିଜ ଦ ଫ୍ୟାମିଲି ମ୍ୟାନ୍ ୧ ଏବଂ ୨ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ମନୋଜ ବାଜପାୟୀଙ୍କ ଅଭିନୀତ ଏହି ୱେବ୍ ସିରିଜ୍ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଛି। ନିକଟରେ ଏହି ସିରିଜର ସିଜିନ ୨ ଆମାଜନ ପ୍ରାଇମ୍ରେ ରିଲିଜ ହୋଇଥିଲା।
ତେବେ ଆଇଏମ୍ଡିବି ତାଲିକାରେ ଦୁନିଆର ସବୁଠୁ ଲୋକପ୍ରିୟ ୱେବ୍ ସିରିଜ ଦ ଫ୍ୟାମିି ମ୍ୟାନ୍ ଚତୁର୍ଥ ସ୍ଥାନରେ ରହିଛି। ଏ ନେଇ ମନୋଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସ୍କ୍ରିନସଟ୍ ସେୟାର କରିଥିଲେ। ଏହି ତାଲିକାରେ ଫ୍ରେଣ୍ଡସ୍, ଗେମ୍ ଅଫ୍ ଥ୍ରୋନ୍ସ, ୱାଣ୍ଡା ଭିଜନ ଏବଂ ବ୍ରେକିଙ୍ଗ୍ ବ୍ୟାଡ୍ ଆଗରେ ଅଛି।
ଉପଭୋକ୍ତା ଭୋଟକୁ ଆଧାର କରି କରି IMDb ଏହାର ରାଙ୍କିଙ୍ଗ୍ ସ୍ଥିର କରେ। ଏହା ବ୍ୟତୀତ ଅନ୍ୟକୌଣସି ଭାରତୀୟ ସୋ ଶ୍ରେଷ୍ଠ ୧୦୦ ତାଲିକାରେ ନଥିବା ଦେଖିବାକୁ ମିଳିଛି।
Comments are closed.