ତିରୁବନମଲାଇ: ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଘଟଣାରେ ଗୋଟିଏ ପରିବାର ୭ ଜଣଙ୍କର ମୃତ୍ୟୁ ଘଟିଛି। ଅନାମଲାୟାର ପାହାଡରେ ଭୂସ୍ଖଳନରୁ ଘର ଉପରକୁ ମାଡ଼ି ଯାଇଥିଲା ମାଟିଅତଡ଼ା। ତିରୁବନମଲାଇରେ ଭୂସ୍ଖଳନ ଘଟି ୭ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ସମସ୍ତ ମୃତକ ଗୋଟିଏ ପରିବାରର ଥିବା ସୂଚନା ମିଳିଛି।
ଗତକାଲି ଅପରାହ୍ନ ସାଢେ ୪ଟାରେ ଉକ୍ତ ଅଞ୍ଚଳରେ ହୋଇଥିଲା ପ୍ରଥମ ଭୂସ୍ଖଳନ। ଆଜି ପୁଣି ଭୂସ୍ଖଳନ ଘଟିଛି। ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରୁ ଭୂସ୍ଖଳନ ଘଟିଥିବା ଆଶଂକା କରାଯାଉଛି। ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଟିମ ନେତୃତ୍ଵେରେ ରେସକ୍ୟୁ ଅପରେସନ ଚାଲିଛି।
ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ଆଗକୁ ମଧ୍ୟ ପାହାଡ଼ରୁ ମାଟି ଧସିବା ନେଇ ସତର୍କତା ଜାରି କରିଛି ପ୍ରଶାସନ। ସେପଟେ ତାମିଲନାଡୁ ଭିଲିପୁରମରେ ଆଜି ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଅନେକ ବ୍ରିଜରେ ପାଣି ଫୁଲି ଚାଲିଛି।
Comments are closed.