Latest Odisha News

BREAKING NEWS

ନୂଆ ସରକାରର ୫ ମାସରେ ୭୬୯ ଦୁଷ୍କର୍ମ ମାମଲା

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବାର ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଗୃହରେ କିଛି ଏପରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଜୁନ୍ ୧୦ ତାରିଖରୁ ନଭେମ୍ବର ୨୨ତାରିଖ ଭିତରେ ମହିଳା ବିରୋଧୀ ହିଂସାର ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି।  ଯେଉଁଥିରେ ଗଞ୍ଜାମରେ ସର୍ବାଧିକ ୭୫୩, ଭୁବନେଶ୍ବରରେ ୬୩୮, କଟକ ଅର୍ବାନ ଓ ଗ୍ରାମାଞ୍ଚଳରେ ୬୯୧ଟି ମାମଲା ରୁଜୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ଭଦ୍ରକ-କେନ୍ଦୁଝରରେ ୧୧ଜଣ ଲେଖାଏ, ଗଞ୍ଜାମରେ ୧୦ଜଣ ଓ ନୟାଗଡ଼ରେ ମହିଳାଙ୍କୁ ହତ୍ୟା ଜନିତ କୌଣସି ମାମଲା ରୁଜୁ ହୋଇନାହିଁ। ସେହିପରି ଯୌତୁକ ଜନିତ ମୃତ୍ୟୁ ମାମଲାରେ ମୋଟ ୨୪ ମହିଳାଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୫ଜଣ ମହିଳା ପ୍ରାଣ ହରାଇଛନ୍ତି । ଭଦ୍ରକ ୪ ଓ କଟକ ଗ୍ରାମାଞ୍ଚଳରେ ୩ଜଣଙ୍କ ମୃତ୍ୟୁ ହୋଇଛି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.