Latest Odisha News

BREAKING NEWS

ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ବୌଦ୍ଧ : ବାଲି ବୋଝେଇ ଟ୍ରକ ଛାଡିବାକୁ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେବା ଘଟଣା  ।  ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ ।  ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କରିଛନ୍ତି ପୋଲିସ୍ ଡିଜି । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଆଇଆଇସି । ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ପୁଷ୍ପଲତା।

ଗତ ଜୁଲାଇ ମାସରେ ଜବତ ହୋଇଥିବା ବାଲି ଗାଡିକୁ ଛାଡିବାକୁ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ। ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କୋହଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ। ଏନେଇ ଶରତ ବେହେରା ଭିଜିଲାନ୍ସକୁ ଜଣାଇଥିଲେ।

ପରେ ଭିଜିଲାନ୍ସ ବିଭାଗର ଯୋଜନା ମୁତାବକ ଶରତ ଏକ ଲଫାପା ରେ ୧ ଲକ୍ଷ ଟଙ୍କା ନେଇ ହରଭଙ୍ଗା ଥାନାରେ ଆଇଆଇସିଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛପି ରହିଥିବା ଭିଜିଲାନ୍ସ ପୋଲିସ ତାଙ୍କୁ ମାଡିବସିଥିଲେ । ତାଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲା ।

 

Leave A Reply

Your email address will not be published.