Latest Odisha News

BREAKING NEWS

ପ୍ରତିଭାଦୀପ୍ତ ଯୁବ ପାଲା ଗାୟକ: ଲମ୍ବୋଦର ବେହେରା

ଭୁବନେଶ୍ୱର: ବର୍ତ୍ତମାନ ସମୟର ଜଣେ ଉଦୀୟମାନ ପ୍ରତିଭାଦୀପ୍ତ ପ୍ରବୀଣ ଯୁବ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଲମ୍ବୋଧର ବେହେରା ।

ପୁରୀ ଜିଲ୍ଲା ନିରାକାରପୁର କଉଡିଖଣି ଗ୍ରାମରେ ୧୯୭୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଲମ୍ବୋଦର ଜନ୍ମ ଗ୍ରହଣ କରିଥିଲେ । ବାପା ଲକ୍ଷ୍ମୀଧର ବେହେରା ଓ ମାଆ ବୁଦ୍ଧିିମତୀ ଦେବୀ । ପିଲା ଦିନରୁ ଲମ୍ବୋଦରଙ୍କର ପାଲା ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ପ୍ରତିବର୍ଷ ଗାଁ ଦାଣ୍ଡରେ କେଉଁକାଳରୁ ବାଦୀପାଲା ଅନୁଷ୍ଠିତ ହୋଇଆସୁଥିଲା, ଯାହା ତାଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲା ।

ଜେଜେ ବାପା ଥିଲେ ଜଣେ ବିଶିଷ୍ଟ ସଂକୀର୍ତ୍ତନ ଗାୟକ । ଘରେ ଅନେକ ତାଳପତ୍ର ପୋଥି ଏବଂ ପୁରାଣ ପୁସ୍ତକ ଥିଲା । ପିଲା ଦିନରୁ ଏସବୁ ସଂସ୍ପର୍ଶରେ ଆସିଥିଲେ, ବଡ ହେଲେ ଜଣେ ପାଲା ଗାୟକ ହେବାକୁ ସେ ସ୍ୱପ୍ନ ଦେଖୁଥିଲେ ।

କଲେଜ ଶିକ୍ଷା ସମାପ୍ତ ପରେ ୧୯୯୪ ମସିହାରେ ଲମ୍ବୋଦର ପାଲା ଶିଖିବାକୁ ସ୍ଥିର କଲେ । ଗାୟକ ତିଳକ ଜଗନ୍ନାଥ ବାରିକଙ୍କୁ ପ୍ରଥମେ ଗୁରୁଭାବେ ଗ୍ରହଣ କରି ତାଙ୍କଠାରୁ ଚାମର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ଏବଂ ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କୁ ମଧ୍ୟ ଗୁୁରୁଭାବେ ଗ୍ରହଣ କରିଥିଲେ ଲମ୍ବୋଦର ।

ଅଧିକ ପଢନ୍ତୁ- ଅପ୍ରତିଦ୍ୱନ୍ଦ୍ୱୀ ପାଲା ଗାୟକ: ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଲମ୍ବୋଦର ବେହେରାଙ୍କ ପାଲା ଉଭୟ ଆଲୋଚନା ଏବଂ ବିଷୟରେ ବଳିଷ୍ଠ । ସବୁ ବର୍ଗର ଶ୍ରୋତାଙ୍କୁ ସେ ଦୀର୍ଘ ସମୟ ଧରି ବାନ୍ଧି ରଖନ୍ତି । ପୁରାତନ ରାଗ, ରାଗିଣୀ, ଛାନ୍ଦ, ଚୌପଦୀ ଗାଇବାରେ ସେ ବେଶ ସିଦ୍ଧହସ୍ତ । ପାଲା ମାଧ୍ୟମରେ ସେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ବ୍ରତୀ । ପେଶାରେ ଜଣେ ଶିକ୍ଷକ, ହେଲେ ତାଙ୍କ ବ୍ରତ ପାଲା ଗାୟନ ।

ଅଧିକ ପଢନ୍ତୁ – ପାଲା ଆକାଶର ଦୀପ୍ତିମନ୍ତ ସୂର୍ଯ୍ୟ: ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ

ଲମ୍ବୋଦର ବେହେରା ଜଣେ ଛାତ୍ରବତ୍ସଳ ଶିକ୍ଷକ, ସୁବକ୍ତା, ସଂଗଠକ । ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ସେ ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ପରିଷଦର ଜଣେ ସକ୍ରିୟ ସଦସ୍ୟ । ପାଲାକୁ ସୁଦୂର ପ୍ରସାରୀ କରିବା ପାଇଁ ସେ ସଦା ତତ୍ପର ।

Leave A Reply

Your email address will not be published.