Latest Odisha News

BREAKING NEWS

ଶ୍ରୀମନ୍ଦିରସ୍ଥ ଶ୍ରୀପାତାଳେଶ୍ୱର: ମହାଦେବଙ୍କୁ ଦର୍ଶନ କରି କେଉଁ ୬ ଦେବତାଙ୍କୁ ପୂଜା କରିବେ ଜାଣନ୍ତୁ…

ପୁରୀ: ଶ୍ରୀପାତେଳଶ୍ୱର ମହାଦେବ ମନ୍ଦିରଟି କୁର୍ମ ବେଢ଼ାର ଉତର ପାଶ୍ୱର୍ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ରହିଛନ୍ତି । ଯାହା କି ବେଢ଼ା ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି । ରାଜା ଅନଙ୍ଗ ଭୀମ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ ।

ଏହା କେବଳ ଗର୍ଭଗୃହ ବା ବିମାନ ସମ୍ବଳିତ ମନ୍ଦିର । ଭଗବାନ ବିଷ୍ଣୁ ବାମନ ଅବତାରେ ବଳୀଙ୍କୁ ପାତାଳକୁ ଚାପି ଦେଇଥିଲେ । ସେହି ବଳୀ ଏଠାରେ ପାତାଳେଶ୍ୱର ନାମ ବହନ କରି ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନ୍ନିଧ୍ୟ ପାଇଥିବା ଲୋକେ ବିଶ୍ୱାସ କରିଛନ୍ତି । ସେଥିପାଇଁ ଏହାକୁ ବଳୀ ପାତାଳ ମନ୍ଦିର ମଧ୍ୟ କୁହାଯାଏ । ୨୨ଟି ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ୱର ମହାଦେବଙ୍କ ନିକଟକୁ ଯିବାକୁ ହୁଏ । ପୋଖରିଆର ମଧ୍ୟ ସ୍ଥଳରେ ଅଢ଼େଇ ଫୁଟ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ ଶକ୍ତି ଓ ଶକ୍ତି ଉପରେ ପାଂଚଟି ତମ୍ବା ନିର୍ମିତ ସର୍ପ ପୂଜିତ । ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ୨ ଫୁଟ ଉଚ୍ଚର କାଳୀୟ ଦଳନ ମୂର୍ତି ଓ ଦେଢ଼ଫୁଟ ଉଚ୍ଚତାରେ ଏକ ଭଗ୍ନ ଗଣେଶ, ଖିଲାଣ ଉପରେ ନବଗ୍ରହ ମୂର୍ତି, ଶୁକ୍ରାଚର୍ଯ୍ୟ, ରାହୁ ଓ ରାମନନ୍ଦୀ ଚିତା ରହିଛି ।

ଏହାର ବାମରେ କ୍ଷୁଦ୍ର ବୃଷଭ । ଉଭୟ ପଟ କାନ୍ଥରେ ଗଙ୍ଗବଂଶ ରାଜା ଅନଙ୍ଗଭୀମ ଦେବଙ୍କ ସାତୋଟି ଶିଳାଲେଖ ଉଦ୍ଧାର ହୋଇଛି । ପାତେଳଶ୍ୱର ମହାଦେବଙ୍କ ଦର୍ଶନ ପରେ ଦେବଯାନ ଦର୍ଶନ ଯଥା ଉତରଦ୍ୱାର ମାର୍ଗରେ ଭକ୍ତିପୂର୍ବକ ଐଶାନେଶ୍ୱର, ଶୀତଳା, ଲୋକେଶ୍ୱର, ଉତରାୟଣୀ, ବୈକୁଣ୍ଠେଶ୍ୱର ଓ ତପସ୍ୱୀ ହନୁମାନଙ୍କୁ ଦର୍ଶନ କରିବା ବିଧି ରହିଛି । ନ ହେଲେ ପୂଣ୍ୟ ଫଳ ମିଳେ ନାହିଁ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ।

Leave A Reply

Your email address will not be published.