Latest Odisha News

BREAKING NEWS

ଶ୍ରୀମନ୍ଦିରରେ ‘ପହିଲିଭୋଗ’; କେଉଁ କେଉଁ ଭୋଗ ଲାଗି ହେଉଛି ଜାଣନ୍ତୁ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଷାଠିଏ ପଉଟି ଭୋଗ ଲାଗି କରାଯାଏ । ତେବେ ଆଜି ଯେଉଁ ପହିଲିଭୋଗ ଲାଗି ହେଉଛି ତାହାର ବିଶେଷତ୍ୱ ରହିଛି ।

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକ୍ରାନ୍ତି ତଥା ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହୋଇଛି ।

ରତ୍ନସିଂହାସନରେ ଅବକାଶ ନୀତି ପରେ ପହିଲି ଭୋଗ ଶ୍ରୀଜୀଉଙ୍କ ଅର୍ପଣ କରାଯାଇଥାଏ ଏବଂ ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ମଧ୍ୟ କରାଯାଇଛି ।

କ’ଣ କ’ଣ ହୁଏ ପହିଲି ଭୋଗରେ…

‘ପହିଲିଭୋଗ’ରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇ ୨୦ ପ୍ରକାର ପିଠା କରି ମା’ ଯଶୋଦା ପୁଅ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ । ସେଥିପାଇଁ ପ୍ରତିଦିନ ସକାଳୁ ମହାପ୍ରଭୁଙ୍କ ନିକଟରେ ପରମ୍ପରାକ୍ରମେ ଏହି ପହିଲି ଭୋଗ ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଅନୁସାରେ ବଡ ଝିଲି, ଦରସୁଆ ଝିଲି, ଦରସୁଆ ବଡି, ବଡବଡା, କାକେରା, ସାନ ଅମାଲୁ, ନଳୀ, ଆରିସା, ଏଣ୍ଡୁରୀ, ମୁଗେଇ, ଝଡେଇନଦା, ଚୁଡା ପୁଆ, ଛତୁ, ଲଡୁ, ଗଜା, ଖଇଚୂଳ, ଗଇଁଠା, ମଣ୍ଡା, ବଡି, କଂଟେଇ ପ୍ରଭୃତି ଭୋଗ ହୋଇଥାଏ । ବର୍ତମାନ କେଉଁ କେଉଁ ଭୋଗ ହେଉଛି ତାହାର ସ୍ପଷ୍ଟ ପ୍ରମାଣ ଆମ ପାଖରେ ନାହିଁ ।

Leave A Reply

Your email address will not be published.