Latest Odisha News

BREAKING NEWS

ମନ ମୋହୁଛି ନନ୍ଦନବନ, ଲାଗୁଛି ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ

ବୌଦ୍ଧ: ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ଭାବରେ ମାନ୍ୟତା ପାଇଛି ବୌଦ୍ଧ ଜିଲ୍ଲା ବୀରନରସିଂପୁରରୁ ପ୍ରାୟ ୧୫ଶହ ଏକର ପରିମିତ ଅଞ୍ଚଳର ଥିବା ନନ୍ଦନବନ ସଫାରୀ । ରାତି ପାହିଲେ ଏହି ସଫାରୀରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ଏଠାକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ । ବିଭିନ୍ନ ପ୍ରକାର ପାର୍କ ସହିତ ଯୋଗ ଗାର୍ଡେନ, ବଟରଫ୍ଲାଏ ଗାର୍ଡେନ, ଫୁଲ ବଗିଚା ଆଦି ନନ୍ଦନବନକୁ ଆକର୍ଷଣୀୟ କରେ । ବୌଦ୍ଧ ଜିଲ୍ଲାରେ ଏଭଳି ପାର୍କ ରହିଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଛନ୍ତି ।

ଶୀତ ଓ ଶରତ ଋତୁରେ ଏଠାକାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇ ଉଠେ । ସମ୍ପୂର୍ଣ୍ଣ ଗୁମ୍ଫାମୟ ଜଙ୍ଗଲ ଠାରୁ ନେଇ ବିଭିନ୍ନ ଜଳ ଉତ୍ସ, ଦୁର୍ଲ୍ଲଭ ପୁଷ୍ପରାଜି, ଶତାଧିକ ପ୍ରଜାତିର ଔଷଧୀୟ ଗୁଳ୍ମଲତା, ବିଭିନ୍ନ ପ୍ରଜାତିର ପ୍ରଜାପତି, ବନ୍ୟପ୍ରାଣୀ ଓ ସବୁଜିମାରେ ପରିପୂର୍ଣ୍ଣ ରହିଛି ଏହି ନନ୍ଦନବନ । ଏଠାକାର ପରିବେଶ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ । ବିଭିନ୍ନ ଦୁର୍ଲଭ ବୃକ୍ଷରାଜିରେ ପରିପୂର୍ଣ୍ଣ ଜଙ୍ଗଲ ସହିତ ଶାନ୍ତ ଶୀତଳ ପରିବେଶ ବଣଭୋଜି ପାଇଁ ଅତ୍ୟନ୍ତ ଉପଯୋଗୀ ।

 

Leave A Reply

Your email address will not be published.