Latest Odisha News

BREAKING NEWS

ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ ପ୍ରଧାନମନ୍ତ୍ରୀ: ଆଜି ଆମେରିକା, ବାଂଲାଦେଶ ଏବଂ ମରୀସସ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ  ପହଞ୍ଚି ଗଲେଣି । ଏହି ସମ୍ମିଳନୀରେ ଜି-୨୦ର ସଦସ୍ୟୃ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ୯ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ ହେବେ । ୧୯୯୯ରେ ଏସିୟା ଆର୍ଥିକ ସଙ୍କଟ ପରେ ୨୦ ପ୍ରମୁଖ ଦେଶ ମିଶି ଏକ ଆର୍ଥିକ ସଂଗଠନ ଗଠନ କରିଥିଲେ ଯାହାର  ଜି-୨୦ ଭାବେ ପରିଚିତ । ଏହି ଦେଶ ସମୂହ ଏବେ ବିଶ୍ୱର ଜିଡିପିରେ ୮୦ ପ୍ରତିଶତ ଏବଂ ଅନ୍ତରାଷ୍ଟ୍ରୀୟ ବ୍ୟବସାୟରେ ୭୫ ପ୍ରତିଶତ ଭାଗିଦାରୀ ରହିଛି ।

ମିଳିଥିବା ସୂଚନା ଅନୁସାରେ ଜି-୨୦ ସମ୍ମିଳନୀରେ ୧୫ ବୈଠକ କରିବେ । ଆଜି ପ୍ରଧାନମନ୍ତ୍ରୀ ତିନି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ତିନିଦେଶ ହେଉଛି ଆମେରିକା, ବାଂଲାଦେଶ ଏବଂ ମରୀସସ । ସେହିପରି ସେପ୍ଟେମ୍ବର ୯ ଅର୍ଥାତ ଆସନ୍ତାକାଲି ୟୁକେ ସିଏମ ରୁଷି ସୁନକଙ୍କ ସହ ଆଲୋଚନା କରିବେ । ଏହାବାଦ ଜାପାନ, ଜର୍ମାନୀ, ଇଟାଲି ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଜି-୨୦ୱେଲକମ ମିଟିଂ ପାଇଁ ଏକ ଡିନରର ବ୍ୟବସ୍ଥା କରାଯାଇଛି । ଏହି ଡିନର ରାଷ୍ଟ୍ରପତି ଭାବନ ପକ୍ଷରୁ ଆୟୋଜିତ କରାଯାଇଛି ।  ଏହି ଡିନରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା ଯୋଗ ଦେବେ ନାହିଁ । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଡିନର ପାର୍ଟିରେ ସାମିଲ ହେବେ ।

ଏହାବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.