Latest Odisha News

BREAKING NEWS

ମହାନଦୀରେ ଭାସିଗଲେ ହାତୀପଲ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଆଠଗଡ : କଟକ ନିକଟବର୍ତ୍ତୀ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡୁଳି ନିକଟରେ ସୋମବାର ସକାଳେ ମହାନଦୀ ପାର ହେଉଥିବାବେଳେ ନଦୀର ପ୍ରଖର ସ୍ରୋତରେ ହାତୀପଲ ଭାସିଯାଇଥିବା ନଜରକୁ ଆସିଛି ।

ସୂଚନା ଅନୁଯାୟୀ ଏହି ହାତୀପଲ ଆଠଗଡ ବନାଞ୍ଚଳରୁ କନ୍ଦରପୁରଗଡ ଦେଇ ଚନ୍ଦକା ଆସୁଥିବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଏଥିସହିତ ହାତୀପଲରେ ପାଖାପାଖି ୯ଟି ହାତୀଥିଲେ ସେଥିମଧ୍ୟରୁ ନଦୀ ପାରହେବା ବେଳେ ୫ଟି ହାତୀ ଭାସିଯାଇଥିବା ନେଇ ଜଣାପଡିଛି ।

ଏ ସମ୍ପର୍କରେ ଆଠଗଡ ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାଥ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଠଗଡ ରେଞ୍ଜ ମଧ୍ୟରୁ ଚନ୍ଦକା ଫରେଷ୍ଟ ରେଞ୍ଜ ମଧ୍ୟକୁ ହାତୀପଲ ଫସଲ ଖାଇବା ପାଇଁ ପଶିଥିଲେ ଏବଂ ସେଠାରେ କିଛିଦନ ରହିବା ପରେ ପୁଣି ଫେରୁଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ଭାସିଯାଇଥିବା ହାତୀ ଗୁଡିକର ଉଦ୍ଧାର ତଥା ସେମାନେଙ୍କ ସ୍ଥିତି ସମ୍ପର୍କରେ ପଚାରିବାରୁ ଏହି ପ୍ରଶ୍ନର ଉତ୍ତର ଦେଇ ନାୟକ କହିଛନ୍ତି ଯେ ହାତୀମାନେ ଭଲଭାବେ ପହଁରା ଜାଣନ୍ତି ଏବଂ ହାତୀଗୁଡିକ ପହଁରି ଚନ୍ଦକା ମଧ୍ୟକୁ ପଳାଇ ଯାଇଥିବା ନେଇ ଅନୁମାନ କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୨୦ ଟି ହାତୀ ୨ଟି ଦଳ ହୋଇ ରବିବାର ରାତିରେ ପ୍ରବେଶ କରିଥିଲେ କନ୍ଦରପୁର ପାଖରେ ନଦୀ ମଧ୍ୟରେ ପ୍ରବେଶ କରି ଆରପଟକୁ ଯାଇଥାନ୍ତେ । ଏଥିସହିତ ୫ଟି ହାତୀ ମୁଣ୍ଡୁଳି ଆଡକୁ ଯାଇଥିôବା ନେଇ ପ୍ରକାଶ କରିବା ସହ ହାତୀଗୁଡିକ ହାଲିଆ ହୋଇଯାଇଥିବାରୁ ୩ଟି ହାତୀ ଠିକ ଭାବେ ପହଁରି ପାରିନଥିଲେ ବୋଲି ଗ୍ରାମବାସୀ ସୂଚନା ଦେଇଥିଲେ ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ପ୍ରବଳ କୁହୁଡି ଯୋଗୁଁ ହାତୀପଲଙ୍କ ଗତିବିଧିକୁ ଟ୍ରାକିଂ କରାଯାଇପାରୁ ନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.