Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ରକ୍ଷକ ଶ୍ରୀକ୍ଷେତ୍ରପାଳ ମହାଦେବ…

ପୁରୀ: ମୁକ୍ତିମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର କ୍ଷେତ୍ରପାଳ ମହାଦେବଙ୍କ ଆସ୍ଥାନ । ସେ ଅନନ୍ତ ବାସୁଦେବଙ୍କ ନିକଟରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କ ନମସ୍ୟ । ଜଗନ୍ନାଥ ମନ୍ଦିରକୁ ପ୍ରାୟ ସମସ୍ତ ଦେବ, ଗନ୍ଧର୍ବ, ଚଣ୍ଡୀ ଓ ଚାମୁଣ୍ଡା ଆସିଥାନ୍ତି । ଏହାକୁ ଏକ ତନ୍ତ୍ରପୀଠ ଭାବେ ବର୍ଣ୍ଣନା କରାଯାଏ ।

ବିମଳା ଠାକୁରାଣୀଙ୍କ ନାଭି କେନ୍ଦ୍ରରେ ଜଗନ୍ନାଥ ଆସ୍ଥାନ ନେଇଛନ୍ତି ବୋଲି ମତ ରହିଛି । ଯେ ହେତୁ ତିନି ଲୋକର ସମସ୍ତ ଜୀବ ଏଠାକୁ ଆସିବାକୁ ଚାହାନ୍ତି ଏହାର ସୁରକ୍ଷା ସେ ଦୃଷ୍ଟି କୋଣରୁ ଜରୁରୀ ହୋଇପଡେ । ମଣିଷକୁ ସିନା ମଣିଷ ଜଗିବ । ଅନ୍ୟମାନଙ୍କୁ କିଏ ଜଗିବ । ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ ଚଣ୍ଡୀ, ହନୁମାନ ଓ ଠାକୁରାଣୀମାନେ ଜଗି ରହିଛନ୍ତି ।

ଏହାର ମୁଖ୍ୟ ହେଲେ କ୍ଷେତ୍ରପାଳ ଠାକୁର । ଗଙ୍ଗ ବଂଶୀୟ ରାଜା ଅନଙ୍ଗ ଭୀମଦେବ ଏହାକୁ ନିର୍ମାଣ କରିଥିଲେ । ଜଗନ୍ନାଥ ମନ୍ଦିରକୁ କେତେକ ଅଣଚାଶ ଦେବତାଙ୍କ ଏକ ଗାଁ ଭାବେ ବିବେଚନା କରିଛନ୍ତି । ଭୈରବ ମହାଦେବ ଏହାର କ୍ଷେତ୍ରପାଳ ଓ ରକ୍ଷକ । ତାଙ୍କୁ ଉପାସନା କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଭକ୍ତ ଅନୁମତିପ୍ରାପ୍ତ କରିଥାନ୍ତି ।

ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ । ଶ୍ରୀ କ୍ଷେତ୍ରପାଳଙ୍କୁ ଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ହିଁ ଶ୍ରୀକ୍ଷେତ୍ର ଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ପ୍ରାପ୍ତି ଫଳ ମିଳିଥାଏ ।

Leave A Reply

Your email address will not be published.