Latest Odisha News

BREAKING NEWS

କୋହଲୀଙ୍କୁ ସ୍ପେଶାଲ୍ ଗିଫ୍ଟ; ମୋବାଇଲ୍ ଫୋନ-ତାରରେ ଫ୍ୟାନ୍ ଆଙ୍କିଲେ ଚିତ୍ର !

ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡି ହୋଇଛନ୍ତି ପୁଣି ଜଣେ ଯୁବକ। ଏପରିକି ସେ ବିରାଟଙ୍କର ଏକ ନିଆରା ଛବି ମଧ୍ୟ ତିଆରି କରିଛନ୍ତି।

ଭଙ୍ଗା ଦଦରା ମୋବାଇଲ୍ ଫୋନ୍ ତଥା ପୁରୁଣା ଫୋନ ଓ ତାର କୁ ବ୍ୟବହାର କରି ଫ୍ୟାନ ଜଣକ ଏହି କଳାକୃତି ତିଆରି କରିଛନ୍ତି। ଯାହାକୁ ପାଖରୁ ନଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ।

ଏନେଇ ବିସିସିଆଇ ପକ୍ଷରୁ ରବିବାର ଦିନ ଟ୍ବିଟ୍ କରାଯାଇଛି।

ତାଙ୍କୁ ଚିତ୍ର ବନାଇବା ଲାଗି ୩ ଦିନ ଓ ୩ ରାତି ଲାଗିଥିବା ନେଇ କୋହଳୀଙ୍କୁ ଗୌହାଟିରେ ଦେଖାକରିବା ସମୟରେ ରାହୁଲ କହିଛନ୍ତି।

Leave A Reply

Your email address will not be published.