Latest Odisha News

BREAKING NEWS

ଭାଇରାଲ୍‌ ହେଉଛି ସୋନୁଙ୍କ ଟାଟୁ

ନୂଆଦିଲ୍ଲୀ: ଗରିବ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ନେଇ ବଲିଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଲକଡାଉନ୍ ସମୟରେ ସେ ଆରମ୍ଭ କରିଥିବା ସହାୟତା ଶୃଙ୍ଖଳା ଅବ୍ୟାହତ ରହିଛି। ଏଥି ସହିତ, ଲୋକମାନେ ତାଙ୍କର ମହାନ କାର୍ଯ୍ୟ ପାଇଁ ତାଙ୍କୁ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ଚେଷ୍ଟା ଜାରି ରଖନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ସୋନୁ ସୁଦଙ୍କ ନାମରେ ଏକ ଟାଟୁ ବନେଇଛନ୍ତି ଏବଂ ତାଙ୍କୁ ଟ୍ରିବ୍ୟୁଟ୍‌ ଦେଇଛନ୍ତି।

ବାସ୍ତବରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ସୋନୁ ସୁଦଙ୍କ ନାମକୁ ତାଙ୍କ ବାହୁରେ ଟାଟୁ ଭାବରେ ଲେଖିଛନ୍ତି। ସୋନୁ ସୁଦ ନିଜେ ମଧ୍ୟ ଏହି ବ୍ୟକ୍ତିଙ୍କ ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓକୁ ରିଟ୍ୱିଟ କରି ସେ ଲେଖିଛନ୍ତି, ‘ଭାଇ, ଦୟାକରି ଟାଟୁ କରନ୍ତୁ ନାହିଁ। ମୁଁ ଜାଣେ ତୁମେ ମୋତେ ଭଲ ପାଅ, କିନ୍ତୁ ତୁମର ପ୍ରେମ ବୟାନ କରିବା ପାଇଁ ଏହି ଯନ୍ତ୍ରଣା ଦେଇ ଗତି କରିବାର କୌଣସି ଆବଶ୍ୟକତା ନାହିଁ। ‘

ସୋନୁଙ୍କ ଟ୍ୱିଟ୍ ଏବଂ ସୋସିଆଲ ମିଡିଆରେ ସେହି ବ୍ୟକ୍ତି ଜଣଙ୍କ ଟାଟୁ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କ ଅନେକ ପ୍ରଶଂସକ ଏବଂ ସମସ୍ତ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ଭିଡିଓକୁ ନେଇ ମନ୍ତବ୍ୟ ଦେଉଛନ୍ତି।

Comments are closed.