Latest Odisha News

BREAKING NEWS

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ । ଦେଶରେ କରୋନାର ସ୍ଥିତି ଓ ଟିକାକରଣ ବାବଦରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ମତାମତ ଲୋଡ଼ିବେ ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ଲୋକଙ୍କୁ ଦିଆଯିବ ଟିକା । ପରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ କୋଭିଡ୍ ଟିକା ମିଳିବ ।

ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଅନୁମତି ମିଳିଛି । ଟିକା ସିଧାସଳଖ ଉତ୍ପାଦନକାରୀ କମ୍ପାନୀଠାରୁ ବିଭିନ୍ନ ରାଜ୍ୟକୁ ପଠାଯିବ । ଟିକାକରଣ ପାଇଁ ବି ସବୁ ପ୍ରକାର ପ୍ରସ୍ତୁତି ସରିଛି । ସପଳତାର ସହ ଦୁଇଟି ପର୍ଯ୍ୟାୟରେ ହୋଇଛି ଡ୍ରାଏ ରନ୍ ।

Leave A Reply

Your email address will not be published.