ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ବହୁ ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ରିଲେସନକୁ ନେଇ ବଲିଉଡ଼ରେ ଏବେ ଢେର ଚର୍ଚ୍ଚା । ଆଜିକାଲି ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ୱେବ୍ ଶୋ ‘ରକେଟ୍ ବୟଜ୍ ୨\’ର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ହ୍ରିତିକ୍ ସବାଙ୍କ ହାତ ଧରି କାର୍ଯ୍ୟକ୍ରମକୁ ଆସିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଆଗ ସିଟ୍ରେ ଉଭୟ ଏକାଠି ମଧ୍ୟ ବସିଥିଲେ । ଏଥିରେ ସାମିଲ ହୋଇଥିବା ଅନ୍ୟ କଳାକାରମାନେ ଉଭୟଙ୍କ ସମ୍ପର୍କକୁ ନେଇ ଖୁବ୍ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନେକ ଫ୍ୟାନ ଉଭୟଙ୍କ ଯୋଡ଼ିକୁ ନେଇ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । କିଛି ଫ୍ୟାନ ସବାଙ୍କ ଚେହେରାକୁ ନେଇ ଥଟ୍ଟା କମେଣ୍ଟ ମଧ୍ୟ ଦେଇଛନ୍ତି । କିଛି ମାସ ହେଲା ଉଭୟ ଡ଼େଟ୍ ମଧ୍ୟ କରୁଥିବା ଜଣାଯାଇଛି । ବଲିଉଡ଼ରେ ଅଭିନେତା ଓ ଅଭିନେତ୍ରୀଙ୍କ ରିଲେସନସିପ୍କୁ ନେଇ ଅନେକ ସମୟରେ ଏଭଳି ଚର୍ଚ୍ଚା ଜୋର ଧରେ । ସେହି ଧାରାରେ ହ୍ରିତିକ୍ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଚର୍ଚ୍ଚାକୁ ନେଇ ଲାଗି ରହିଛି ସମାଲୋଚନା ।
BREAKING NEWS
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
Comments are closed.