ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ପରଦାକୁ ଫେରୁଛନ୍ତି ଫରଦୀନ ଖାଁ । କୁକି ଗୁଲଟୀଙ୍କ ବିସ୍ଫୋଟ ଫିଲ୍ମରେ ରିତେଶ ଦେଶମୁଖ ଏବଂ ଫରଦୀନ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଶୁଟିଂ ଆରମ୍ଭ ହୋଇଛି । ଏ ନେଇ ସୋସିଆଲ ସାଇଟରେ ଫରଦୀନ ସୂଚନା ଦେଇଛନ୍ତି । ସଞ୍ଜୟ ଗୁପ୍ତା ଓ ଭୂଷଣ କୁମାର ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି ।
ରକ, ପେପର, ସିଜର୍ସ ଫିଲ୍ମର ଏହା ହିନ୍ଦୀ ରିମେକ । ଫିଲ୍ମଟି ଫରେନ ଲାଂଗୁଏଜ କାଟାଗୋରୀରେ ୮୫ତମ ଓସ୍କାର ପୁରସ୍କାର ହାସଲ କରିଥିଲା । ଫିଲ୍ମ ନେଇ ବେଶ ରୋମାଂଚିତ ଅଛନ୍ତି ବୋଲି ଫରଦୀନ କହିଛନ୍ତି । ସେ ଶେଷ ଥର ୧୧ ବର୍ଷ ପରେ ଦୁହ୍ଲା ମିଲ ଗୟା ଫିଲ୍ମରେ ଅଭିନୟ କରିଥିଲେ ।
Comments are closed.