Latest Odisha News

ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତା ଫରଦିନ୍‌ ଖାନ୍‌!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରି ପାରନ୍ତି ବଲିଉଡ୍‌ ଅଭିନେତା ଫରଦିନ୍‌ ଖାନ। ଅନିସ୍ ବାଜ୍‌ମିଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି’ ସିକ୍ୱେଲ୍‌ରେ ହାଇପାରେ ଫର୍‌ଦିନଙ୍କ ପ୍ରତ୍ୟାବର୍ତ୍ତନ।

ସୂଚନା ଅନୁଯାୟୀ ଫିଲ୍ମ ‘ନୋ ଏଣ୍ଟ୍ରି’ର ନିର୍ଦ୍ଦେଶକ ଅନିସ୍ ବାଜମି କହିଛନ୍ତି ଯେ ସେ ‘ନୋ ଏଣ୍ଟ୍ରି ମୈ ଏଣ୍ଟ୍ରି’ ନାମକ ସିକ୍ୱେଲ ପାଇଁ ସ୍କ୍ରିପ୍ଟ ଲେଖିବା ସମାପ୍ତ କରିଛନ୍ତି ଏବଂ ଫର୍‌ଦିନ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଫର୍‌ଦିନ ବିଷୟରେ କଥାବାର୍ତ୍ତା କରି ଅନିସ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ମୁଁ ତାଙ୍କୁ କହିଥିଲି ଯେ ମୁଁ ନୋ ଏଣ୍ଟ୍ରି ସିକ୍ୱେଲ୍ ଆରମ୍ଭ ହେବାକୁ ଅପେକ୍ଷା କରିଛି। ସେ ମଧ୍ୟ ଏଥିରେ ଅଭିନୟ ପାଇଁ ଇଚ୍ଚା ପ୍ରକାଶ କରିଛନ୍ତି।

Comments are closed.