Latest Odisha News

BREAKING NEWS

୧୪ ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଲେ ଫରଦୀନ

ମୁମ୍ବାଇ: ୧୪ ବର୍ଷ ପରେ ଅଭିନେତା ଫରଦୀନ ଖାଁ ଅଭିନୟ ଦୁନିଆକୁ ଫେରିଛନ୍ତି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ହୀରାମଣ୍ଡି ମାଧ୍ୟମରେ ସେ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏହି ପିରିୟଡ ଡ୍ରାମା ସିରିଜରେ ଅଲୀ ମହମ୍ମଦଙ୍କ ଭୂମିକା କରୁଛନ୍ତି । ଫରଦୀନ ଶେଷ ଥର ପାଇଁ ୨୦୧୦ରେ ଦୁହ୍ଲା ମିଲ ଗୟା ଫିଲ୍ମରେ ଅଭିନୟ କରିଥିଲେ । ୨୦୦୧ରେ ପ୍ରେମ ଅଗନ ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିଥିଲେ । ଏହାକୁ ତାଙ୍କ ବାପା ଫିରୋଜ ଖାଁ ନିଦ୍ଦେଶନା ଦେଇଥିଲେ । ନୋ ଏଂଟ୍ରି, ହେ ବେବୀ ପରି ମଲ୍ଟିଷ୍ଟାରର ହିଟ ଫିଲ୍ମରେ ସେ କାମ କରିଛନ୍ତି । ସଞ୍ଜୟଙ୍କ ହୀରାମଣ୍ଡି ମେ ୧ରେ ନେଟଫ୍ଲିକ୍ସରେ ରିଲିଜ ହେବ ।

ଏହା ସମୁଦାୟ ୮ଟି ଏପିସୋଡରେ ଶେଷ ହେବ । ପାକସ୍ତାନର ଲାହୋରରେ ୪୫୦ ବର୍ଷ ତଳେ ହୀରାମଣ୍ଡି ନାମକ ଏକ ଅଂଚଳ ଥିଲା । ଉଜବେକିସ୍ତାନ ଓ ଆଫଗାନିସ୍ତାନରୁ ମହିଳାମାନେ ଏଠାକୁ ଆସି କ୍ଲାସିକାଲ ଡ୍ୟାନ୍ସ ଏବଂ ଗୀତ ଗାଉଥିଲେ । ଆକବରଙ୍କ ଶାସନ ସମୟରେ ଏହା ଶାହୀ ମୋହଲ୍ଲା ଭାବେ ପରିଚିତ ଥିଲେ ।

Leave A Reply

Your email address will not be published.