Latest Odisha News

BREAKING NEWS

ଅପରେଶନ ଟ୍ରାଇଡେଂଟ ଫିଲ୍ମର ଘୋଷଣା କଲେ ଫରହାନ, ରିତେଶ

ମୁମ୍ବାଇ: ମଡଗାଁଓ ଏକ୍ସପ୍ରେସ ରିଲିଜ ପରେ ଫରହାନ ଅଖତାର ଓ ରିତେଶ ସିଧୱାନୀ ସେମାନଙ୍କ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ । ଏହାର ନାମ ଅପରେଶନ ଟ୍ରାଇଡେଂଟ ରଖାଯାଇଛି । ଭାରତୀୟ ନେଭିର ସାହାସିକ ଗାଥା ଏହି ଫିଲ୍ମରେ ଦର୍ଶାଯିବ । ଏକ୍ସସେଲ ଏଂଟରଟେନମେଂଟ ଓ ସନଶାଇନ ଡିଜିମିଡିଆ ମିଳିତ ଭାବେ ଏହାକୁ ନିର୍ମାଣ କରିବେ । ଏହି ଫିଲ୍ମ ଆଗାମୀ ପିଢ଼ୀକୁ ପ୍ରେରଣା ଯୋଗାଇବ ବୋଲି ଫରହାନ କହିଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ଖୁବ ଶୀଘ୍ର ଘୋଷଣା କରାଯିବ ।

ଚଳିତ ବର୍ଷ ଶେଷ ଭାଗକୁ ଏହି ଫିଲ୍ମ ଫ୍ଲୋରକୁ ଯିବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଫରହାନ ଏବେ ଡନ ଫ୍ରାଂଚାଇଜର ପରବର୍ତୀ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂଙ୍କୁ ଡନ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.