Latest Odisha News

BREAKING NEWS

ଆଇସିସି ଟି୨୦ ବିଶ୍ୱକପର ବ୍ରାଣ୍ଡଆମ୍ବାସଡର ହେଲେ ଉସେନ ବୋଲ୍ଟ

ନୂଆଦିଲ୍ଲୀ: ଜାମାଇକାର ଷ୍ଟାର ଆଥଲେଟ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି୨୦ ବିଶ୍ୱକପ କ୍ରିକେଟର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ୧୦୦ ଓ ୨୦୦ ମିଟରର ଏହି ବିଶ୍ୱରେକର୍ଡଧାରୀ ଦ୍ରୁତତମ ଧାବକ ଏ ନେଇ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ ୱେଷ୍ଟଇଣ୍ଡିଜ ଟିମକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବେ । ବିଶ୍ୱରେ କ୍ରିକେଟର ପ୍ରଚାର ପ୍ରସାର ପାଇଁ ଆଇସିସି ଏହି ଲୋକପ୍ରିୟ ଆଥଲେଟଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି । ଏଥର ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଗ୍ରୁପ ଷ୍ଟେଜର ୪୦ ମ୍ୟାଚରୁ ୧୬ ମୁକାବିଲା ଆମେରିକାର ଡଲାସ, ନ୍ୟୁୟର୍କ ଓ ଫ୍ଲୋରିଡାରେ ଖେଳାଯିବ । ଆମେରିକାରେ ଏହା ଲୋକପ୍ରିୟ ହେବାର ମାନେ ସାରା ବିଶ୍ୱ ଏଥିପ୍ରତି ଆକୃଷ୍ଟ ହେବ ବୋଲି ସେ କହିଛନ୍ତି । ଏ

ହା ମାଧ୍ୟମରେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ଅଭିଯାନ ଚୂଡାନ୍ତ ରୂପ ନେଇପାରେ । ଜୁନ ୯ରେ ଭାରତ ଓ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ନ୍ୟୁୟର୍କରେ ଖେଳାଯିବ । ବୋଲ୍ଟଙ୍କ ନାମରେ ଏବେ ବି ୧୦୦(୯.୫୮ ସେକେଣ୍ଡ), ୨୦୦ (୧୯.୧୯ ସେକେଣ୍ଡ)ଓ ୪ ଗୁଣନ ୧୦୦( ୩୬.୮୪ ସେକେଣ୍ଡ)ରେ ବିଶ୍ୱରେକର୍ଡ ରହିଛି ।

Leave A Reply

Your email address will not be published.