Latest Odisha News

BREAKING NEWS

ଚାଲିଥିଲା ଲାଇଭ୍‌ ରିପୋର୍ଟିଂ; ଅଶ୍ଳୀଳ ଭାଷା କହି ଟ୍ରୋଲ୍ ହେଲେ ରିପୋର୍ଟର

ନୂଆଦିଲ୍ଲୀ: କୁହାଯାଏ କଥା କହିବା ସମୟରେ ଭାବି ଚିନ୍ତି କହିବା ଉଚିତ୍ । କାରଣ ଥରେ ପାଟିରୁ ଅପଶବ୍ଦ ବାହାରି ଗଲେ ତାକୁ ଆଉ ସୁଧାରିହେବ ନାହିଁ । ସେଥିପାଇଁ ସବୁବେଳେ ସଞ୍ଜମତାର ସହ କତା କହିବା ଉଚିତ୍ । ଆଜି ଏଭଳି ଏକ ଘଟଣା ଘଟିଛି ଲାଇଭ ରିପୋର୍ଟିଂ କରିବା ସମୟରେ । ଜଣେ ରିପୋର୍ଟର ଭାଷା ଉପରେ ସଞ୍ଜମତା ହରାଇବାରୁ ଟ୍ରୋଲ ହୋଇଛନ୍ତି ।

ଖବର ମୁତାବକ, ମଙ୍ଗଳବାର ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ପ୍ରାର୍ଥନାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ, ଏହି ପ୍ରସଙ୍ଗକୁ ନେଇ କୋର୍ଟ ବାହାରେ ଲାଇଭ୍‌ ରିପୋର୍ଟିଂ କରୁଥିଲେ ଜଣେ ଜାତୀୟ ଗଣମାଧ୍ୟମର ରିପୋର୍ଟର । ଏହି ସମୟରେ ସେ ରିପୋଟର୍‌ ଜଣକ ନିଜ ଭାଷା ଉପରେ ସଞ୍ଜମତା ହରାଇଥିଲେ । ସେ ରିପୋର୍ଟିଂ କରିବା ବେଳେ ଅଶ୍ଳୀଳ ଭାଷା କହିଦେଇଥିଲେ ।

ଏହାପରେ ସଙ୍ଗେ ସଙ୍ଗେ ରିପୋର୍ଟରଙ୍କ ଲାଇଭ୍ ଫୋନ କଲ କାଟିଦେଇଥିଲେ ଷ୍ଟୁଡିଓରେ ଥିବା ଆଙ୍କର ଜଣଙ୍କ । ଏୱହି ଘଟଣାର ପୁରା ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିୟୋର୍ସ ମାନେ ଉକ୍ତ ରିପୋର୍ଟର ଓ ଟିଭି ଚ୍ୟାନେଲକୁ ଜୋରଦାର ଟ୍ରୋଲ କରିଛନ୍ତି ।

ଅନ୍ୟପଟେ ଆଉ କିଛି ଭିୟୋର୍ସ ରିପୋର୍ଟରଙ୍କ ସପୋର୍ଟ ରେ ମଧ୍ୟ କହିଛନ୍ତି । ଭୁଲ୍‌ରେ ସେ ଏଭଳି କହିଦେଇଥିବା କହିଛନ୍ତି । ଏହାସହ ଉକ୍ତ ସାମ୍ବାଦିକଙ୍କୁ ଦଣ୍ଡିତ ନ କରିବାକୁ ସେମାନେ ଚ୍ୟାନେଲକୁ ଅନୁରୋଧ କରିଛନ୍ତି ।

ସେପଟେ ଲାଇଭ୍‌ ରିପୋର୍ଟିଂ ବେଳେ ଅଜାଣତରେ ଏଭଳି ଅଶ୍ଳୀଳ ଭାଷା ବ୍ୟବହାର ପାଇଁ ଚ୍ୟାନେଲ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।

 

Leave A Reply

Your email address will not be published.