Latest Odisha News

BREAKING NEWS

ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଖାଇ ଆଡମିଶନ ମାମଲା , ୨ ଅଟକ

ଭୁବନେଶ୍ୱର : ବିଜେବି କଲେଜ ଜାଲ ସାର୍ଟିଫିକେଟରେ ଆଡମିଶନ ମାମଲା । ଏହି ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ ଥାନା ପୋଲିସ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟଲ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ସେନେଇ ପୋଲିସ ପଚରା ଉଚରା କରୁଛି । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ ଆନୁସାରେ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ ଜାଲ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ୮ ଜଣ ଆଡମିଶନ କରିଥିଲେ ।ଏନେଇ କଲେଜ ପ୍ରିନ୍ସ ପାଲ ଏଭଳି କାମ କରିଥିବା ପିଲାମାନଙ୍କ ନାରେ ଥାନାରେ ମାମଲା ରୁଜୁ କରିଥିଲେ । ଏହି ୮ ଜଣ ପିଲାଙ୍କ ମଧ୍ୟରୁ ୪ ଜଣ କଟକରୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଭଦ୍ରକର ବୋଲି ଜଣାପଡିଥିଲା । ଏହି ଜାଲସାର୍ଟିଫିକଟେ ସବୁ ଭଦ୍ରକରେ ତିଆରି କରାଯାଇଥିବା ମଧ୍ୟ ସୁରାଗ ମିଳିଥିଲା ।ଏହି ମାମଲାର ତଦନ୍ତ କରି ପୋଲିସ ଆଜି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

Leave A Reply

Your email address will not be published.