Latest Odisha News

BREAKING NEWS

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା  । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଗତ କିଛି ତଳେ ଅଦିନିଆ ବର୍ଷା ଯୋଗୁଁ ବହୁ ଫସଲ ହାନୀ ଘଟିଥିଲା  । ଯାହାକୁ ନେଇ ଚମରୁ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଚମରୁଙ୍କ ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଦୁଇ ପୁଅ ଗୁଜରାଟ ଦାଦନ ଖଟିବାକୁ ଯାଇଛନ୍ତି। ଗରିବ ପରିବାର ହୋଇଥିବାରୁ ଚାଷ କାମରୁ ଯାହା ଯେତିକି ମିଳେ , ସେଥିରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରନ୍ତି ଚମରୁ  । ତେଣୁ ଚମରୁ ଙ୍କ ମୃତ୍ୟୁ ପରେ ପୁରା ଅସହାୟ ହୋଇପଡିଛି ପୁରା ପରିବାର  । ତେଣୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.