Latest Odisha News

BREAKING NEWS

ଏଣିକି ଏମ୍‌ଆର୍‌ଆଇ ଓ ସିଟି ସ୍କାନ୍‌ ପାଇଁ ଯାଞ୍ଚ ହେବ ପ୍ରେସକ୍ରିପସନ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସଓପି ଜାରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କଠୋର ହେଲା ନିୟମ । ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଜାରି ହେଲା ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ।

ସୂଚନା ମୁତାବକ, ଡାକ୍ତରମାନେ ଯାଞ୍ଚ ନ କରି ଏମ୍‌ଆର୍‌ଇ କିମ୍ବା ସିଟି ସ୍କାନ୍‌ ପାଇଁ ଲେଖିପାରିବେ ନାହିଁ । କେବଳ କ୍ୟାପିଟାଲ୍ ହସ୍ପିଟାଲର ସହକାରୀ ପ୍ରଫେସର କିମ୍ବା ପିଜିଆଇଏମଇଆର ର ଡାକ୍ତର ମାନେ ଏମ୍‌ଆର୍‌ଇ କିମ୍ବା ସିଟି ସ୍କାନ୍‌ ପାଇଁ ପରାମର୍ଶ ଦେଇପାରିବେ । ଏଥିପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସକ୍ରିପସନ ରେଫେରାଲର ଯାଞ୍ଚ କରାଯିବ ।

ଏହି ପ୍ରେସକ୍ରିପସନ ରେ ତାରିଖ ସହ ଉକ୍ତ ଡାକ୍ତରଙ୍କ ଦସ୍ତଖତ ରହିବା ନିହାତି ଆବଶ୍ୟକ । ଏଥିପାଇଁ ରୋଗୀଙ୍କ ପ୍ରେସକ୍ରିପସନ ଜରୁରୀ ଅଟେ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କଡ଼ା ନିୟମ କରାଯାଇଛି ।

Leave A Reply

Your email address will not be published.