Latest Odisha News

BREAKING NEWS

ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ସେ ରାଜ୍ୟ ମାନବାଧିକାର କମିଶନର ପ୍ରଥମ ସଦସ୍ୟ ଥିଲେ । ସେ ମାର୍ଚ୍ଚ ୮ ତାରିଖ ୨୦୦୦ ମସିହାରୁ ଅକ୍ଟୋବର ୩୧ ତାରିଖ ୨୦୦୦ ମସିହା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ । ସେହିପରି ଷ୍ଟାଫ୍ ସିଲେକ୍ସନ୍ ଓ କୃଷି କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ସୁଧାଂଶୁ ମୋହନ ପଟ୍ଟନାୟକ ।

Leave A Reply

Your email address will not be published.